ଅତ୍ୟଧିକ ତରଭୁଜ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ ?

ସମସ୍ତେ ଜାଣନ୍ତି ତରଭୁଜ ଖରାଦିନିଆ ଫଳ । ଏହାକୁ ଖାଇଲେ ଶରୀରରେ ପାଣିର ମାତ୍ରା ସନ୍ତୁଳିତ ରହିବା ସହ ଥଣ୍ଡା ରହିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଅତ୍ୟଧିକ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଏବେ ନଜର ପକାନ୍ତୁ ଅତ୍ୟଧିକ ତରଭୁଜ କେଉଁ ରୋଗକୁ ଡାକି ଆଣିଥାଏ ।

ତରଭୁଜ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ :-

  • ତରଭୁଜରେ ପୋଟାସିୟମ୍ ଥାଏ । ତେଣୁ ଅତ୍ୟଧିକ ତରଭୁଜ ଖାଇଲେ ହୃଦଜନିତ ରୋଗ ହେବାର ସମ୍ଭାବନା ଥାଏ ।
  • ଗର୍ଭଧାରଣ ସମୟରେ ଆବଶ୍ୟକତାଠାରୁ ଅଧିକ ତରଭୁଜ ଖାଇଲେ ସୁଗାର ସ୍ତର ବଢିଥାଏ । ତେଣୁ ମଧୁମେହ ହେବାର ସମ୍ଭାବନା ଥାଏ ।
  • ଅତ୍ୟଧିକ ତରଭୁଜ ଖାଇଲେ ମାଂସପେଶୀ ଏବଂ କିଡନୀ ସହ ଜଡିତ ରୋଗ ହୋଇପାରେ ।
  • ସେହିପରି ଅତ୍ୟଧିକ ତରଭୁଜ ଖାଇଲେ ବଦହଜମୀ, ଗ୍ୟାସ୍ ଏବଂ ଦେହ ହାତ ଫୁଲା ପରି ରୋଗ ହୋଇଥାଏ ।
  • ଅତ୍ୟଧିକ ତରଭୁଜ ଖାଇବା ଦ୍ଵାରା ଥଣ୍ଡା ମଧ୍ୟ ହୋଇଥାଏ ।

ପଢନ୍ତୁ ;

ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Related posts

ଘରୋଇ ଉପାୟରେ କରନ୍ତୁ କହୁଣି ଓ ଗଣ୍ଠିରୁ କଳାଦାଗ ଦୂର: ଜାଣନ୍ତୁ କିପରି

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

ମୁହଁରେ ବ୍ରଣ ହେଉଛି କି!!! ଜାଣନ୍ତୁ ଏହାର କାରଣ ଓ ନିରାକରଣର ଉପାୟ