ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ରେକର୍ଡ

ମହେନ୍ଦ୍ର ସିଂ ଧୋନୀ ଆଉ ଏକ ବିରଳ ସଫଳତା

ଭାରତୀୟ ଦଳର ଅଭିଜ୍ଞ ପୂର୍ବତନ କ୍ୟାପଟେନ ତଥା ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ଆଉ ଏକ ବିରଳ ସଫଳତା ହାସଲ କରିଛନ୍ତି। ସେ ଭାରତର ପ୍ରଥମ ଓ ବିଶ୍ୱର ଚତୁର୍ଥ ଉଇକେଟ କିପର ଭାବେ ଦିନିକିଆରେ ୪୦୦ ଡିସ୍‌ମିସାଲ କରିଛନ୍ତି। ସର୍ବାଧିକ ଡିସ୍‌ମିସାଲ ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ଉଇକେଟ କିପର କୁମାର ସଙ୍ଗକାରା ଶୀର୍ଷରେ ରହିଛନ୍ତି। ସଙ୍ଗକାରା ୪୮୨ଟି ଡିସ୍‌ମିସାଲ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲୀୟ ପୂର୍ବତନ ଉଇକେଟ କିପର ଆଡାମ ଗିଲଖ୍ରୀଷ୍ଟ ୪୭୨ ଓ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ୪୨୪ଟି ଡିସ୍‌ମିସାଲ ସହ ଯାଥାକ୍ରମେ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ସେ କାମଚଳା ଅଧିନାୟକ ଏଡେନ ମାରକ୍ରାମଙ୍କୁ ଷ୍ଟମ୍ପିଂ କରି ଏହି ସଫଳତା ହାସଲ କରିଛନ୍ତି। ଇନିଂସର ୧୭ତମ ଓଭରରେ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ଏକ ଫ୍ଲାଇଟେଡ ବଲକୁ ଖେଳିବାକୁ ଯାଇ ମାରକ୍ରାମ ଆଗକୁ ଯାଇଥିଲେ ଓ ଧୋନୀ ତାଙ୍କୁ ଅତି ସହଜରେ ଷ୍ଟମ୍ପିଂ କରିଥିଲେ। ଫଳରେ ମାରକ୍ରାମ ପଛକୁ ଫେରିବାର ସୁଯୋଗ ପାଇ ନ ଥିଲେ।

ପଢନ୍ତୁ ;

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

Related posts

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍‌କୁ ଉଡାଇଦେବାକୁ ଧମକ

ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ