ୟୁଗଭ୍‌ ସର୍ଭେ: ଧୋନି ସବୁଠୁ ଲୋକପ୍ରିୟ ଖେଳାଳି

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଭାରତର ସବୁଠୁ ଲୋକପ୍ରିୟ ଖେଳାଳି। ଏହି କ୍ରମରେ ଭାରତର ସବୁଠାରୁ ଧନୀ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ସଫଳତମ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଧୋନି ପଛରେ ପକାଇ ଦେଇଛନ୍ତି।

ୟୁଗଭ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ୪ ମିଲିଅନରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଧୋନୀ ସର୍ବାଧିକ ୭.୭% ଭୋଟ ପାଇଥିବାବେଳେ ତେନ୍ଦୁଲକର ୬.୮% ଓ ବିରାଟ କୋହଲି ୪.୮% ରେ ରହିଛନ୍ତି। ଧୋନୀ ଭାରତର ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ୨୭ଟି ମ୍ୟାଚ ଜିତିଛନ୍ତି। ନିଜର ନେତୃତ୍ୱ ଯାଦୁ ବଳରେ ସେ ଟିମ୍‌ ଇଣ୍ଡିଆକୁ ପ୍ରଥମଥରପାଇଁ ୨୦୦୯ରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନ ସ୍ଥାନରେ ପହଞ୍ଚାଇଥିଲେ।

ଧୋନି ହେଉଛନ୍ତି ଭାରତର ସବୁଠୁ ସଫଳ କ୍ରିକେଟ୍‌ ଅଧିନାୟକ। ନିକଟରେ ସେ ଦିନିକିଆ ଆନ୍ତର୍ଜାତିକରେ ୧୦ ହଜାର ରନ୍‌ ସ୍କୋର କରିଛନ୍ତି।

ପଢନ୍ତୁ; ଘାଟିରୁ ୫୦୦ଫୁଟ ତଳକୁ ଖସିପଡିଲା ବସ୍ ,୨୩ଯାତ୍ରୀଙ୍କ ମୃତ୍ୟ ଆଶଙ୍କା

Related posts

ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ