ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

ଗତକାଲି ଉଦଘାଟିତ ହେଲା ମେକ ଇନ ଓଡ଼ିଶା କନକ୍ଲେଭ ୨୦୧୮। ଆଜି ହେଉଛି ଦ୍ୱିତୀୟ ଦିବସ । ଏହି ଅବସରରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଜନେସ ଲିଡରସିପ ସମିଟ ଅନୁଷ୍ଠିତ ହେଉଛି । ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ, ଗୌତମ ଅମ୍ବାନୀ, ରନଜୀସ କୁମାର, ସଞ୍ଜୀବ ପୁରୀ ଓ କୁମାର ମଙ୍ଗଳମ ବିର୍ଲା ଭଳି ବହୁ ଶିଳ୍ପପତି ପ୍ରମୁଖ ଯୋଗ ଦେଇଛନ୍ତି ।

ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନି ଓଡ଼ିଶାରେ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ପୂର୍ବରୁ ତାଙ୍କ କମ୍ପାନି ରାଜ୍ୟରେ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ବୋଲି କହିବା ସହିତ ମୁକେଶ ଅମ୍ବାନୀ ରାଜ୍ୟରେ ରାଲାଏନ୍ସ ଜିଓ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,‘ମୋ ବାପା ଓ ବିଜୁ ପଟ୍ଟନାୟକ ଅନ୍ତରଙ୍ଗ ବନ୍ଧୁ ଥିଲେ। ଭାରତରେ କିଛି ବି ସମ୍ଭବ ବୋଲି ଉଭୟେ କହୁଥିଲେ। ପୂର୍ବରୁ ଓଡ଼ିଶାରେ ରିଲାଏନ୍ସ ଜିଓ ଜରିଆରେ ୬ ହଜାର କୋଟି ନିବେଶ କରିଛି। ଏବେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଛି ବୋଲି ସେ କହିଥିଲେ।

ସେହିପରି ଓଡ଼ିଶାରେ ଅତ୍ୟାଧୁନିକ ଇସ୍ପାତ କାରଖାନା କରିବ ଜେଏସଡବ୍ଲୁ୍ୟ । ତୃତୀୟ ରାଜ୍ୟଭାବେ ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ଦେବ । ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରେ ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ଦେବାରେ ତୃତୀୟ ରାଜ୍ୟ ହେବ ବୋଲି ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରେ ଜେଏସଡବ୍ଲୁ୍ୟର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି ।

ପଢନ୍ତୁ; ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ