କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

ଦେଶର ଧନୀ ବ୍ୟକ୍ତି କହିଲେ ଜଣେ ମୁକେଶ ଅମ୍ବାନୀ  । କିଛିଦିନ ପୂର୍ବରୁ ଅମ୍ବାନୀ ପରିବାରର ସାନ ପୁଅ ଅନିଲ   କରଜରେ ବୁଡି ରହି ବଡ ଭାଇ ମୁକେଶ ଅମ୍ବାନୀଙ୍କ ସହାୟତାରେ କରଜରୁ ମୁକ୍ତ ହୋଇ ଜେଲ ଯିବାରୁ ବଞ୍ଚିଥିଲେ। ତେବେ ଏବେ ନିଜେ ମୁକେଶ ଅମ୍ବାନୀ ପାଖାପାଖି ୩ ଲକ୍ଷ କୋଟି  ଟଙ୍କା କରଜରେ ବୁଡି ରହିଛନ୍ତି। କଥାଟା ମିଛପରି ଲାଗିଲେ ମଧ୍ୟ ସତ। ମୁକେଶ ଅମ୍ବାନୀ ବ୍ଯାଙ୍କ ଟଙ୍କା ସୁଝିବା ପାଇଁ ନିଜର କିଛି କମ୍ପାନୀ ବିକିବାକୁ  ଯାଉଛନ୍ତି।

ଏହି କମ୍ପାନୀ ବିକ୍ରି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଦି ଆରବରେ ଥିବା ତେଲ କମ୍ପାନୀ  ଏବଂ ଜାପାନ କମ୍ପାନୀ ସହ ଥିବା ଇଥେନ ଫର୍ମକୁ ବିକ୍ରି କରିବା ବିଷୟରେ ହେଉଛି। ଶୁଣିବାକୁ ମିଳୁଛି ଏହି ଦୁଇ କମ୍ପାନୀରେ ଥିବା ମୁକେଶଙ୍କ ଅଂଶକୁ ବିକ୍ରି କରିବା ଦ୍ବାରା ରିଲାଏସ ଇଣ୍ଡଷ୍ଟ୍ରି  ଉପରେ ଥିବା କରଜରୁ ମୁକ୍ତି ସହଜରେ ମିଳିପାରିବ। ଜିଓର ଟେଲିକମ କ୍ଷେତ୍ରରେ ପ୍ରବେଶ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ନିବେଶ ଆରଆଇଏଲ  କରିଥିଲା। ଫଳରେ ଏହା ଉପରେ କମ୍ପାନୀର କରଜ ବଢି ପାଖାପାଖି ୩ ଲକ୍ଷ କୋଟି  ଟଙ୍କାରେ ପହଞ୍ଚି ସାରିଲାଣି।
ପଢନ୍ତୁ: ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ନିର୍ବାଚନୀ ହିଂସା

Related posts

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ଫଳ

ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

ନବୀନଙ୍କୁ ଏନଡିଏ ବିରୋଧୀ ବୈଠକରେ ନିମନ୍ତ୍ରଣ କଲେ ସୋନିଆ ଗାନ୍ଧି