‘ମାଇଁ ହାର୍ଟ ବିଟ ଫର ହକି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ମାତ୍ର ୯୦ ଦିନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଏହାର ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମଠାରେ ‘ମାଇଁ ହାର୍ଟ ବିଟ୍‌ସ ଫର ହକି’ ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଏହି ବିଶ୍ୱକପ୍ ଅନୁଷ୍ଠିତ ହେବ। ଦୀର୍ଘ ୩ ସପ୍ତାହ ଧରି ହେବାକୁ ଥିବା ଏହିପ୍ରତିଯୋଗିତାରେ ମୋଟ ୧୬ଟି ଦେଶ ଭାଗ ନେବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ ମାଇଁ ହାର୍ଟ ବିଟ୍ସ ଫର ହକି’ ନାମକ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି।

ଓଡ଼ିଶା ଆୟୋଜନ କରୁଥିବା ହକି ବିଶ୍ବକପ୍‌ର ଅଧିକ ପ୍ରଚାର ପ୍ରସାର ପାଇଁ ପାଖାପାଖି ୧୭ଟି ସହରରେ ରୋଡ୍‌ ସୋ’, ଜାତୀୟ ଦଳ ପାଇଁ ବିଶ୍ୱକପ ଜର୍ସି ଉନ୍ମୋଚନ, ବିଶ୍ୱକପ ମ୍ୟୁଜିକ୍ ଭିଡିଓ ଉନ୍ମୋଚନ କରାଯିବ। ‘ହାର୍ଟ ବିଟ୍ ଫର ହକି’ ଅଭିଯାନର ସ୍ୱତନ୍ତ୍ର ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନାଇ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ଫାଲ ଆଦି ସହର ପରିଭ୍ରମଣ କରିବା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକକୁ ପ୍ରଦର୍ଶିତ କରାଯିବ।

ପଢନ୍ତୁ;ଜାହ୍ନବୀଙ୍କ ପରେ ଏବେ ଖୁସି ଏହି ସୁପରଷ୍ଟାରଙ୍କ ପୁଅ ସହିତ ବଲିଉଡରେ କରିବେ ଡେବ୍ୟୁ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ