ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ଙ୍କ ହତ୍ୟା ରହସ୍ୟରୁ ପରଦା ଉଠିଲା

ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ଙ୍କ ହତ୍ୟା ରହସ୍ୟରୁ ପରଦା ଉଠିଛି । ଗୁରଗାଓଁ ପୋଲିସ ଏହି ମାମଲାରେ ସ୍କୁଲ ବସ କଣ୍ଡକ୍ଟର ଅଶୋକ କୁମାର(୪୨) ଙ୍କୁ ଗିରଫ କରିଛି । ୭ବର୍ଷର ପଲାଟିକୁ ସ୍କୁଲରେ ପହଞ୍ଚିବା ପରେ  କିଛି ମିନିଟରେ ହିଁ ଅତି ନିଷ୍ଠୁର ଭାବେ ଗଳା କାଟି ହତ୍ୟା କରିଛି ସଂପୃକ୍ତ ସ୍କୁଲ ବସର କଣ୍ଡକ୍ଟର । ମୁଖ୍ୟ ଅଭିଯୁକ୍ତ କଣ୍ଡକ୍ଟର ଅଶୋକ ଦୋଷ ସ୍ୱୀକାର କରିଥିବା ଡିସିପି ସିମରଦୀପ ସିଂହ ସୂଚନା ଦେଇଛନ୍ତି ।

ହତ୍ୟା ପୂର୍ବରୁ ନାବାଳକ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ତେବେ ଏହାକୁ ନାବାଳକ ବିରୋଧ କରିବାରୁ ହତ୍ୟା କରାଯାଇଥିଲା । ସ୍କୁଲର ଟୟଲେଟରୁ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ନେଇ ସ୍କୁଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ଦାବି କରିଛନ୍ତି ।

ସୂଚନା ମୁତାବକ, ଗୁରଗାଓଁର ଭଣ୍ଡସି ସ୍ଥିତ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରଦ୍ୟୁମ୍ନ ଠାକୁର ନାମକ ଏକ ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ରକୁ ତଣ୍ଟି କାଟି ହତ୍ୟା କରାଯାଇଛି । ତା’ ମୃତଦେହ ସ୍କୁଲର ଶୌଚାଳୟରୁ ଉଦ୍ଧାର ହୋଇଥିବାବେଳେ ନିକଟରୁ ଏକ ଛୁରି ମଧ୍ୟ ପୁଲିସ ଜବତ କରିଥିଲା । ଏହି ଲୋମହର୍ଷଣକାରୀ ଘଟଣା ସ୍କୁଲରେ ଶୁକ୍ରବାର(୮ ସେପ୍ଟେମ୍ବର) ସକାଳ ୭ଟା ୪୫ରୁ ୮ଟା ମଧ୍ୟରେ ଘଟିଥିଲା ।  ଯାହାକୁ ନେଇ ସେଠାରେ ତୁମୁଳ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା । ବହୁ ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲରେ ପଶି ବ୍ୟାପକ ଭଙ୍ଗାରୁଜା ଘଟାଇଥିଲେ ।

ସ୍କୁଲର କନିଷ୍ଠ ବିଭାଗର ପ୍ରଭାରୀ ଅନୁଜ ଦୁଡେଜା କହିଛନ୍ତି, ପ୍ରଦୁମ୍ନ ଶୌଚାଳୟ ଆଡକୁ ଯାଇ ଫେରି ନ ଥିଲା । ପରେ ଦେଖାଗଲା ଯେ, ଶୌଚାଳୟର ଚଟାଣରେ ସେ ପଡ଼ିଛି । ପ୍ରଦ୍ୟୁମ୍ନର ପିତା ବରୁଣ କହିଛନ୍ତି, ପୁଅ ଓ ଝିଅକୁ ସ୍କୁଲରେ ଛାଡି ଆସିବା ପରେ ପତ୍ନୀଙ୍କୁ ସକାଳ ୮ଟା ୧୦ରେ ଫୋନ ଆସିଥିଲା ଯେ, ତାଙ୍କର ପୁଅକୁ କେହି ଜଣେ ସ୍କୁଲ ପରିସରରେ ଗଳା କାଟି ହତ୍ୟା କରିଛି ।

ଶିଶୁର ବାପା ତଥା ଗୁରଗାଓଁରେ ଓରିଏଣ୍ଟ୍ କ୍ରାଫ୍ଟର କ୍ୱାଲିଟି ମ୍ୟାନେଜର ଥିବା ବରୁଣ ଠାକୁର ଏଡି ଘଟଣା ପାଇଁ ସ୍କୁଲ୍ ପ୍ରଶାସନକୁ ଦୋଷାରୋପ କରିଛନ୍ତି ଓ ଏକ ଏଫଆଇଆର ଦାଏର କରିଛନ୍ତି । ପ୍ରଦ୍ୟୁମ୍ନର ମୃତ୍ୟୁ ଏହି ଅଭିଜାତ ଶ୍ରେଣୀର ସ୍କୁଲ ପାଇଁ ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଗତ ୨୦୧୬ ଜାନୁଆରୀ ୨୦ରେ ମଧ୍ୟ ଏହି ସ୍କୁଲରେ ଏକ ୬ ବର୍ଷର ଶିଶୁ ପାଣି ଟାଙ୍କିରେ ପଡି ମୃତ୍ୟୁବରଣ କରିଥିଲା ।

ଜଣେ ଶିଶୁ ପାଇଁ ଘର ତୁଳନାରେ ବିଦ୍ୟାଳୟ ହେଉଛି ସୁରକ୍ଷିତ ସ୍ଥାନ । ଯଦି ଶିକ୍ଷା ଓ ବିଦ୍ୟାଳୟରେ ଏ ବାଧା ରହିବା ତେବେ କାହାକୁ ମଣିଷ ବିଶ୍ଵାସ କରିବ ଏ ନେଇ ପ୍ରଶ୍ନ ଉଠିଛି । ତେଣୁ ସଠିକ ବ୍ୟବସ୍ଥା ପାଇଁ ଅଭିଭାବକ ମାନେ ସ୍କୁଲ ପ୍ରଶାସନକୁ କଡାକଡି କରିବାକୁ ସ୍କୁଲକୁ ଚେତାବନୀ ଦେଇଛନ୍ତି ।

ପଢନ୍ତୁ ରାଜଧାନୀରେ ସ୍ଵଦେଶୀ ମେଲାର ପ୍ରସ୍ତୁତି ବିଷୟରେ

Related posts

ଘାଟିକୁ ଖସିଲା ବସ୍, ୧୧ ମୃତ

ମଞ୍ଚରେ ବେହୋସ ହୋଇ ପଡିଲେ ନିତୀନ ଗଡ଼କରୀ

ହାତ ଲେଖା ଚାଲାଣ ଯୁଗ ସରିଲା,ଏଣିକି ଇ-ଚାଲାଣ