ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ବଦହଜମି ଏକ ସାଧାରଣ ରୋଗ । ଖାଇବାରେ ଅନିୟମିତତା, ପାଣି ଠିକରେ ନପିଇବା ଦ୍ଵାରା, ଅତ୍ୟଧିକ ତୈଳ ଯୁକ୍ତ  କିମ୍ବା ମସଲା ରାଗ ଯୁକ୍ତ ଖାଦ୍ୟ ଖାଇଲେ ବଦହଜମି ଭଳି ସମସ୍ୟା ମାନ ଦେଖାଯାଏ । ବଦହଜମି ପାଇଁ ଚିନ୍ତିତ ଯଦି ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ପ୍ରାକୃତିକ ଘରୋଇ ଉପାୟ-

  • ଦୁଇ ଗ୍ଲାସ ପାଣିରେ ଦୁଇ ଚାମଚ ଧନିଆ ପାଉଡର ଓ ଅଧା ଚାମଚ ଶୁଣ୍ଠି ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଆନ୍ତୁ ।
  • ଏକ ଚାମଚର ଚତୁର୍ଥାଂଶ ଶୁଣ୍ଠି, ଏକ ଚାମଚ ପାନମଧୁରୀ ଓ ଅଧା ଚାମଚ ମିଶ୍ରି ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଆନ୍ତୁ ।

  • ଅଧା ଚାମଚ ବଡ ଅଳେଇଚ ପାଉଡର ଓ ମିଶ୍ରି ମିଶାଇ ସକାଳେ ଏବୋଂ ସନ୍ଧ୍ୟାରେ ଖାଆନ୍ତୁ ।
  • ପ୍ରତିଦିନ ଦୁଇଚାମଚ ଲେମ୍ବୁ ରସରେ ଅଳ୍ପ ଜାଇଫଳ ପାଉଡର ମିଶାଇ ଖାଆନ୍ତୁ ।
  • ଏକ କପ ପାଣିରେ ଏକ ଚାମଚ ଜୀରା ଓ ଏକ ଚାମଚ ପାନମଧୁରୀ ଫୁଟାନ୍ତୁ ଏବୋଂ ଉଷୁମ ଉଷୁମ ପିଅନ୍ତୁ।

ପଢନ୍ତୁ; ପିଜୁଳିପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ । 

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ