ଦାନ୍ତକୁ ଦୃଢ ଏବଂ ଚିକ୍‌ଚିକ୍‌ କରିବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଯେପରି ମୁହ୍ନର ଯତ୍ନ ନେଉଛନ୍ତି ସେପରି ଦାନ୍ତ ଉପରେ ଧ୍ୟାନ ଦେବା ଉଚିତ। ଦାନ୍ତ ହଳଦିଆ ପଡିବା ବା ପୋକ କାଟିବାକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି। ତେବେ ଦାନ୍ତକୁ ଦୃଢ ଏବଂ ଚିକ୍‌ଚିକ୍‌ ରଖିବାକୁ ହେଲେ ଭୋଜନରେ ଏହି ସବୁ ଖାଦ୍ୟ ସାମିଲ କରିବା ଆବଶ୍ୟକ ଅଟେ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ପାଳଙ୍ଗ–ପାଳଙ୍ଗ ଶାଗରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ ରହିଛି ଯାହା ଏନାମେଲ୍‌ ଗଠନ କରେ ଓ ଦାନ୍ତକୁ ସୁସ୍ଥ ରଖେ। ପାଳଙ୍ଗ ଭଳି ସବୁଜ ଶାଗରେ ଥିବା ଆଇରନ ଦାନ୍ତକୁ ପାଲିସ୍‌ କରିବାରେ ସାହାଯ୍ୟ କରେ।
  • ଗାଜର–ଗାଜର ଖାଇବା ଦ୍ୱାରା ପାଟିରେ ଲାଳର ଉକ୍ସଊାଦନ ହୋଇଥାଏ। ଯାହା ପାଟିରେ ଥିବା ଏସିଡ୍‌ ଓ ଏନ୍‌ଜାଇମ୍‌କୁ ଅକାମୀ କରି ଦେଇଥାଏ।
  • ଷ୍ଟ୍ରବେରି– ଷ୍ଟ୍ରବେରୀରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ଦାନ୍ତକୁ ସୁସ୍ଥ ରଖିଥାଏ।
  • ସେଓ– ସେଓରେ ପ୍ରଚୁର ପରିମାଣରେ ଜଳ ଓ ଫାଇବର ରହିଥାଏ, ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ । ଏଥିରେ ମାଲିକ୍‌ ଏସିଡ୍‌ ନାମକ ଏକ ପଦାର୍ଥ ରହିଛି ଯାହା ଲାଳ ଉକ୍ସଊାଦନକୁ ଅଧିକ କରେ। ଆଉ ଏହା ପାଟିରୁ ବ୍ୟାକେଫରିଆ ଦୂର କରିବାରେ ସାହାଯ୍ୟ କରେ। ସେଓରେ ଥିବା ଫାଇବର ଉଭୟ ଦାନ୍ତ ଓ ମାଢିକୁ ଦୃଢ ରଖେ।

ପଢନ୍ତୁ; କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ