ବିଜେପୁର ଉପ ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ-ସ୍ମୃତି

ବିଜେପୁରରେ ମୁଖ୍ୟମନ୍ତ୍ରୀ , ୪ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର

ବିଜେପୁର ଉପ ନିର୍ବାଚନ ଭୋଟ ଗ୍ରହଣକୁ ଆଉ କିଛିଦିନ ରହିଲା। ସମସ୍ତ ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ପୂର୍ବରୁ ବିଜେପି ,ବିଜେଡି ସମେତ କଂଗ୍ରେସର ନେତାମାନେ ଏଠାରେ ଡେରା ପକାଇଥିବା ବେଳେ ଆଜି ବିଜେପିର ପ୍ରଚାର ପାଇଁ ୪ ଜଣ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ,ସ୍ମୃତି ଇରାନୀ , ଗିରିରାଜ ଓ ଜୁଏଲ ଓରାମ ମଇଦାନକୁ ଓହ୍ଳାଊଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ପ୍ରଚାର ଗସ୍ତକୁ ନେଇ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବା ସହ ପ୍ରାୟ ୧୦ଟି ଗ୍ରାମାଞ୍ଚଳକୁ ପ୍ରଚାରରେ ଯିବେ। ବିଭିନ୍ନ ଗ୍ରାମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବରପାଲି ଦାୟିତ୍ୱରେ ଥିବା ବିଜେଡି ବିଧାୟକ ସଞ୍ଜୟକୁମାର ଦାସବର୍ମା ସୂଚନା ଦେଇଛନ୍ତି।

ବିଜେପୁର ବିଧାନସଭା ଆସନକୁ ହାତକୁ ନେବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ମାଳମାଳ ଅଭିନେତା ଓ ଅଭିନେତ୍ରୀଙ୍କ ଭିଡ଼ ଜମୁଛି ବିଜେପୁରରେ । ତେବେ ଆଜି ମୁହାଁମହିଁ ହେବେ ନବୀନ ଓ ସ୍ମୃତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟା ୪୫ରେ ଭୁବନେଶ୍ୱରରୁ ବାହାରି ବିଜେପୁରରେ ପହଁଚିବେ । ଏହା ପରେ ଦଳୀୟ ନେତାଙ୍କ ସହିତ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବା ସହିତ ଦୁଇଟି ରୋଡ଼୍‌ ଶୋ କରିବେ । ନବୀନ ଆଜି ସେଠାରେ ରାତ୍ରି ଯାପନ କରିବାର ମଧ୍ୟ ସୂଚନା ରହିଛି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବରଗଡ ଜିଲା ଗାଇସିଲଟ, ବିଜେପୁର ଓ ବରପାଲି ବ୍ଲକରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଗାଇସିଲଟ,୧୧.୩୦ରେ ବିଜେପୁର ଏବଂ ଅପରାହ୍ଣ ୧.୪୫ରେ ମେହେରପଡାରେ ହେବାକୁ ଥିବା ନିର୍ବାଚନୀ ସଭାରେ ସେ ଉଦ୍‌ବୋଧନ ଦେବେ।

ପଢନ୍ତୁ;

କଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Related posts

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………