ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ଦିନରେ କରନ୍ତୁ ନାହିଁ ଏହି ସବୁ କାମ

ଆମ ସଂସ୍କୃତି ଅନୁସାରେ ଜନ୍ମ ଦିନକୁ ବହୁତ ପ୍ରଧ୍ୟାନ୍ୟ ରହିଛି । ବହୁତ ଲୋକ ଲୋକ ନିଜ ଜନ୍ମ ଦିନକୁ ବଡ ଆଡମ୍ବର ସହକାରେ ପାଳନ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଜନ୍ମ ଦିନକୁ ବହୁତ ପ୍ରାଧାନ୍ୟ ଦିଆଯାଏ ।  କାରଣ ଏହି ଦିନ ଅନୁସାରେ ମଣିଷର ଜନ୍ମ କୁଣ୍ଡଳୀ ହେଇଥାଏ । ନିଜ ଜନ୍ମ ଦିନରେ ଏମିତି କିଛି କାମ କରୁ ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଆମ ଉପରେ ଖରାପ ପ୍ରଭାବ ପକାଇ ଥାଏ । ତେବେ ଆଜି ଆସନ୍ତୁ ଜାଣିବା କିଛି ଏପରି କାମ ଅଛି ଯାହା କି ଜନ୍ମ ଦିନରେ କରିବା ଉଚିତ ନୁହେଁ ।

ଜନ୍ମ ଦିନରେ ଏହି କାମ କରନ୍ତୁ ନାହିଁ  :-

  • ଯେଉଁ ଦିନ ଆପଣଙ୍କ ଜନ୍ମ ଦିନ ସେଦିନ ବାଳ କିମ୍ବା ନଖ କାଟନ୍ତୁ ନାହିଁ  । କାରଣ ଏହା କରିବା ଦ୍ୱାରା ଆପଣଙ୍କ ଆୟୁଷ କମିଯାଇଥାଏ ।
  • ଜନ୍ମ ଦିନରେ କେବେବି କୌଣସି ଭିକାରିକୁ କିମ୍ବା ସାଧୁସନ୍ଥଙ୍କୁ ଅପମାନିତ କରନ୍ତୁ ନାହିଁ  । ଆଉ ଯଦି ପାରୁଛନ୍ତି ସେମାନଙ୍କୁ ଭୋଜନ କରାଇପାରନ୍ତି । ଏହାଦ୍ୱାରା ଆପଣ ଆଶୀର୍ବାଦ ପାଇଥାନ୍ତି।

  • ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ ଗରମ ପାଣିରେ ଗାଧୋଇବା  ଅନୁଚିତ । ଯଦି ପାରୁଛନ୍ତି ତ ଗଙ୍ଗା ପାଣି କି କିଛି ଭି ପବିତ୍ର ପାଣିରେ ସ୍ନାନ କରନ୍ତୁ ।
  • ଏହି ଦିନ କୌଣସି କଳି ଝଗଡା କରନ୍ତୁ ନାହିଁ ଆଉ ଯଦି ପାରୁଛନ୍ତି ଆପଣ ଙ୍କ ଯାହା ସହିତ ଅପଡ଼ ତା ସହିତ ମିଶନ୍ତୁ ।
  • ଜନ୍ମ ଦିନରେ କେବେବି ମାଂସ କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ ନାହିଁ  । କାରଣ ଏହା ଦ୍ୱାରା ଗୋଟେ ଜୀବ ହତ୍ୟା ହେଇଥାଏ ଏବଂ ଆପଣକୁ ଆଶୀର୍ବାଦ ବଦଳରେ ଅଭିଶାପ ମିଳିଥାଏ ଓ ଆପଣକୁ ରୋଗ ବ୍ୟାଧି ଲାଗି ରହିଥାଏ ।

ପଢନ୍ତୁ ;ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ

Related posts

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ