କେଉଁ ଜିନିଷ ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ ଜାଣନ୍ତୁ ?

ରହିଯାଇଥିବା ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଛନ୍ତି କି ?  ତାହା ହେଲେ ସାବଧାନ ହୋଇଯାଆନ୍ତୁ । କିଛି ଖାଦ୍ୟକୁ ବାରମ୍ବାର ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ। ଆସନ୍ତୁ ଜାଣିବା କେଉଁ ଜିନିଷ ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ ହୋଇପାରେ ।

କେଉଁ ଜିନିଷ ଗରମ କରି ଖାଇବେ ନାହିଁ ଜାଣନ୍ତୁ :-

  • ସବୁଜ ପତ୍ର ବାଲା ପରିବା ଯେମିତି କି ପାଳଙ୍ଗ ଗାଜର, ଲଘୁକୋଡ ମାଇକ୍ରୋବେବ ଆଦିକୁ ଗରମ କରି ଖାଇବାରୁ ଦୂରେଇ ରୁହନ୍ତୁ ।
  •  ପାଳଙ୍ଗରେ ଅଧିକ ମାତ୍ରାରେ ଆଇରନ ଥାଏ । ଏହାକୁ ଆଉ ଥରେ ଗରମ କରି ଖାଇଲେ କ୍ୟାନସର ପରି ରୋଗ ହୋଇପାରେ ।

  • ଫୁଡସ୍ ମାନକ ଏଜେନ୍ସି ଅନୁସାରେ ଚାଉଳକୁ ଦ୍ୱିତୀୟଥର ଗରମ କରି ଖାଇଲେ ଆପଣଙ୍କୁ ଫୁଡ୍ ପୋଏଜନ୍ ହୋଇପାରେ ।
  • ଚିକେନକୁ ବାରମ୍ବାର ଗରମ କରନ୍ତୁ ନାହିଁ  । ଚିକେନକୁ ଫ୍ରିଜରୁ ବାହାର କରି ଗରମ କରିବା ଦ୍ୱାରା ଏହାର ପ୍ରୋଟିନ୍ ତତ୍ଵା ପୁରା ବଦଳିଯାଏ । ଏହା ପାଚନ ତନ୍ତ୍ରରେ ସମସ୍ୟା ହୋଇଥାଏ।
  • ଆଳୁକୁ ଥରେ ତିଆରି କରି ଖାଇ ଦିଅନ୍ତୁ । ଏହାକୁ ରଖି ଗରମ କରି ଖାଆନ୍ତୁ ନାହିଁ ।
  • ଭଜା ବା ସିଝା ଅଣ୍ଡାକୁ ଗରମ କରିବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ପ୍ରମାଣ ହୋଇପାରେ । ଥରେ ଅଣ୍ଡାକୁ ତିଆରି କରିବା ପରେ ତାକୁ ତୁରନ୍ତ ଖାଇଦିଅନ୍ତୁ ।

  • ବହୁ ସମୟ ଧରି ଅଣ୍ଡାକୁ ରଖିଛନ୍ତି ଏହାକୁ ଗରମ କରି ଖାଆନ୍ତୁ ନାହିଁ  । ଏହା ଥଣ୍ଡା ଥିଲେ  ଖାଇପାରିବେ କାରଣ ଏଥିରେ ନାଇଟ୍ରୋଜେନ ପ୍ରଚୁର ମାତ୍ରାରେ ରହିଛି । ଏହାକୁ ଗରମ କରି ଖାଇଲେ  କ୍ୟାନସର ହେବାର ଆଶଙ୍କା ରହିଥାଏ ।
  •  ଛତୁକୁ ତିଆରିବା ପରେ ଯେତେ ଶୀଘ୍ର ହେବ ଖାଇଦେବା ଉଚିତ । ଥିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି ଓ ଖାଦ୍ୟ ପଦାର୍ଥ  ବହୁତ ରହିଥାଏ । ଏହାକୁ ଗରମ କରି ପ୍ରୋଟିନ୍  ରଚନାକୁ ବିଗାଡୁଛି ଯାହା ଦ୍ୱାରା ପାଚନ ପ୍ରଣାଳି ଉପରେ ଖରାପ ପ୍ରଭାବ ପକାଏ ।

ପଢନ୍ତୁ ;

ବଲିଉଡ୍‌ ସୁପରଷ୍ଟାର “ଅମିର ଖାଁ” ହେଲେ ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ନୂଆ ବ୍ରାଣ୍ଡ୍‌ ଆମ୍ବାସଡ଼ର୍‌!

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ