ଆଜି ଜିଏସ୍ଟି କାଉନ୍ସିଲ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଏସଟିରେ ୨୮ ପ୍ରତିଶତ ଟ୍ୟାକ୍ସ ସ୍ଲାବ ଅନ୍ତର୍ଗତ ଆସୁଥିବା ୧୭୭ଟି ଦ୍ରବ୍ୟ ଉପରେ ଜିଏସ୍ଟି ହ୍ରାସ କରି ଏହାକୁ ୧୮ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ସାମିଲ କରାଯାଇଛି । ଏହି ଘୋଷଣା ହେବାପରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ।
ବିଭିନ୍ନ ଲକ୍ସରି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ରହିଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପୂର୍ବରୁ ଲାଗିଥିବା ୨୮ ପ୍ରତିଶତ ଜିଏସ୍ଟିକୁ କମାଯାଇ ୧୮ ପ୍ରତିଶତ କରାଯାଇଛି। ଚକଲେଟ, ଖାଦ୍ୟ ସାମଗ୍ରୀ, ଡିଓଡ୍ରେଣ୍ଟ, ଓ୍ଵାସିଂ ପାଉଡର, ଡିଟରଜେଣ୍ଟ, ସାମ୍ପୋ, ଟୁଥପେଷ୍ଟ , ସୌନ୍ଦର୍ଯ୍ୟ ସାମଗ୍ରୀ, ସେଭିଂ କ୍ରିମ, ଗ୍ରାନାଇଟ, ମାର୍ବଲ ଓ ପ୍ଲାଇବୁଡ ପରି ଅନେକ ଉତ୍ପାଦ ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଲାଗିବ।
ବୈଠକ ପରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ କେବଳ ୫୦ଟି ଦ୍ରବ୍ୟ ୨୮ ପ୍ରତିଶତ ଟ୍ୟାକ୍ସ ଅଧିନରେ ରହିବ। ସେ କହିଛନ୍ତି ଜିଏସଟି ପରିଷଦ ଅଧିକାଂଶ ଲଗଜରୀ, ଅନାବଶ୍ୟକ ଓ ଅତି ଜରୁରୀ ନଥିବା ସାମଗ୍ରୀ ସହିତ କେବଳ ୫୦ଟି ଦ୍ରବ୍ୟକୁ ୨୮ ପ୍ରତିଶତ ଟ୍ୟାକ୍ସ ଅଧୀନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଏହାର ଔପଚାରିକତା ଘୋଷଣା ଆଜି ସନ୍ଧ୍ୟାରେ କରାଯିବ।
ପଢନ୍ତୁ, ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି