ଗୁରୁ ହେବେ ବିଗ ବି ? କଙ୍ଗନାଙ୍କ ପାଇଁ ନୂଆ ସୁଯୋଗ

୨୦୧୭ ରେ  କଙ୍ଗନା ରନୌତଙ୍କ  ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ନ ଥିଲା। ନାନା ବିବାଦରେ ସେ ଫସିରହିଥିଲେ। ଏକାଧିକ ବଡ଼ ବଡ଼ ଅଭିନେତା ଓ ନିର୍ଦେଶକଙ୍କ ସହ ମୁହାଁମୁହିଁ, ତାଙ୍କୁ ବିଭିନ୍ନ ମହଲରେ ଅପ୍ରିୟ କରାଇଥିଲା। କ୍ରମାଗତ ଭାବେ ତାଙ୍କର ଫିଲ୍ମ ବ୍ୟବସାୟିକ ବିଫଳତା ଲାଭକରିଥିଲା। ତଥାପି ସେ ବୁଝାମଣା କରିବା ବଦଳରେ ଔଦ୍ଧତ୍ୟ ଦେଖାଇବା ଛାଡ଼ି ନ ଥିଲେ। ଅବଶ୍ୟ ବର୍ଷର ଶେଷ ଆଡ଼କୁ ଟିକିଏ ନରମିଥିଲେ। ତେବେ, ଚଳିତ ବର୍ଷ ଆସୁଆସୁ କଙ୍ଗନାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଚାଲିଛି। କରଣ ଜୌହରଙ୍କ ସହ ତାଙ୍କ ବିବାଦର ଅନ୍ତ ହୋଇଛି। ତାଙ୍କୁ ପୁଣି ଥରେ ଗ୍ରହଣ କରିବାକୁ କରଣ ହୃଦୟର ସହ ପ୍ରସ୍ତୁତ ହୋଇଛନ୍ତି ।

ଏହି ଫିଲ୍ମ ରେ ବିଗ ବି ଅମିତାଭ ବଚ୍ଚନ ଅଭିନେତ୍ରୀ କଙ୍ଗନାଙ୍କ ଗୁରୁ ହେବେ । ଏହା ଶୁଣିଲା ପରେ ଆପଣ ଆଶ୍ୱର୍ଯ୍ୟ ହୋଇଗଲେ ନା, ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ବିଗ ବି ଅଭିତାଭ କଙ୍ଗନାଙ୍କ ଗୁରୁ କିପରି ହେବେ । କିନ୍ତୁ ଏହା ରିଅଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ କଙ୍ଗନାଙ୍କ ଗୁରୁ ହେବେ ।

ଏହା ଫିଲ୍ମ ଟି ଅରୁଣିମା ସିହ୍ନାଙ୍କ ଜୀବନୀ ଉପରେ ଆଧାରିତ।୨୦୧୧ରେ ଦୁର୍ବୃତ୍ତମାନେ ଅରୁଣିମାଙ୍କୁ ରେଳ ଭିତରୁ ଠେଲିଦେଇଥିଲେ। ପରିଣାମସ୍ୱରୂପ ଡାକ୍ତରମାନେ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ବାଧ୍ୟ ହୋଇଥିଲେ। ତେବେ, ପରିସ୍ଥିତି ଉପରେ ବିଜୟ ହାସଲ କରିଥିଲେ ଅରୁଣିମା। ଏଭ୍‌ରେଷ୍ଟ୍‍, କିଲମାଞ୍ଜେରୋ, ଏଲ୍‌ବ୍ରୁଜ୍‌ ଆଦି ଗିରିଶୃଙ୍ଗ ଚଢ଼ିବାରେ ସଫଳ ହୋଇଥିଲେ।

ଏହି କାହାଣୀର ମୁଖ୍ୟ ଭୂମିକାରେ ଅଭିନୟ କରିବେ କଙ୍ଗନା ରାୱତ ଏବଂ ତାଙ୍କ ସହ ଫିଲ୍ମଟିକୁ ଆହୁରି ଦମଦାର କରିବା ପାଇଁ ବାଲ୍ଲୀଙ୍କ ଭୂମିକାକୁ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ଶୁଣିବାକୁ ମିଳୁଛି।  ମହାନ୍‌ ମଣିଷ ଭୂମିକାରେ ଅଭିନୟ କରିବା ନିମନ୍ତେ ରାଜିହୋଇଛନ୍ତି ଅମିତାଭ।

ବାଲ୍ଲୀଙ୍କ ଭୂମିକା  ଅଭିନୟ କରିବେ ଅମିତାଭ ବୋଲି କୁହାଯାଉଛି । ବିଗ ବି ମଧ୍ୟ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି ବୋଲି କୁହାଯାଉଛି। ଏଥିରେ ଅମିତାଭ କଙ୍ଗନାଙ୍କ ଗୁରୁ ଭୂମିକାରେ ନଜର ଆସିବେ।

ପଢନ୍ତୁ ;

ଯଦି ଆପଣ ୨୦୧୮ ରେ ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ କିଛି ଟିପ୍ସ

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?