ବିଡର ଇନଫର୍ମେସନ ମେନେଜମେଣ୍ଟ ଉଦ୍ଘାଟନ କରିବେ ନୀତିନ ଗଡକରୀ

ପରିବହନ ମନ୍ତ୍ରଣାଳୟ ଓ ଏନଏଚଏଆଇରେ ରୂପାନ୍ତର ଓ ଆଶାନ୍ୱିତ ପ୍ରକ୍ରିୟା ପାଇଁ ନୀତିନ ଗଡକରୀ ଆସନ୍ତା କାଲି ବିଡର ଇନଫର୍ମେସନ ମେନେଜମେଣ୍ଟ (BIMS), ଭୂମିରାଶି ପିଏଫଏମ୍ଏସ୍ ଲିଙ୍କେଜ୍ ଏବଂ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ବାର୍ଷିକ ଦକ୍ଷତା ପୁରସ୍କାର ଘୋଷଣା କରିବେ।

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ୨୦୧୪-୧୫ ରୁ ୨୦୧୭ -୧୮ ଚାରି ବର୍ଷ ମଧ୍ୟରେ ସର୍ବାଧିକ ୫୧,୦୭୩ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପର କାମ ପାଇଥିବା ବେଳେ ଏବଂ ୨୮,୫୩୧ କିଲୋମିଟରର ସଡ଼କ ନିର୍ମାଣ କରିପାରିଛି । ୨୦୧୪-୧୫ ରେ ଦିନକୁ ୧୨କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ହେଉଥିବା ବେଳେ ୨୦୧୭-୧୮ରେ ଏହା ଦୁଇ ଗୁଣରୁ ଅଧିକ ଅର୍ଥାତ ଦିନକୁ ୨୭ କି.ମି. ତିଆରି ହୋଇପାରିଛି । ୨୦୧୪-୧୫ ତୁଳନାରେ ଏହି କ୍ଷେତ୍ରରେ ମୋଟ ନିବେଶ ଅଢ଼େଇ ଗୁଣରୁ ଅଧିକ ହୋଇପାରିଛି । ଜାତୀୟ ରାଜପଥ ପ୍ରକଳ୍ପର କାର୍ଯ୍ୟାଦେଶ ଓ ନିର୍ମାଣରେ ବୃଦ୍ଧି କେବଳ ମନ୍ତ୍ରଣାଳୟର ବହୁମୁଖୀ ପଦକ୍ଷେପ ଏବଂ ବିଭିନ୍ନ ମନ୍ତ୍ରଣାଳୟ ସହ ଆନ୍ତଃ ସମନ୍ୱୟ ଯୋଗୁ ହୋଇପାରିଛି।

ଜାତୀୟ ରାଜପଥ ପ୍ରକଳ୍ପରେ ବାର୍ଷିକ ଦକ୍ଷତା ପୁରସ୍କାର

ଜାତୀୟ ରାଜପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ ପ୍ରକ୍ରିୟାରେ ଜଡ଼ିତ ଥିବା ସମସ୍ତ ଅଂଶୀଦାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦକ୍ଷତା ପ୍ରଦର୍ଶନକାରୀ ଅଂଶୀଦାର ତଥା ଟୋଲପ୍ଲାଜା ଗୁଡ଼ିକୁ ପୁରସ୍କୃତ କରିବାକୁ ଚିହ୍ନଟ କରୁଛନ୍ତି । ଦେଶରେ ସଡ଼କ କ୍ଷେତ୍ରରେ ଆନୁଷଙ୍ଗିକ ବ୍ୟବସ୍ଥାରେ ବିକାଶ ଆଣିବା ଭଳି ବୃହତ୍ତର ଲକ୍ଷ୍ୟରେ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି।

ରାଜପଥ ପ୍ରକଳ୍ପର ନିର୍ମାଣ, କାର୍ଯ୍ୟକାରୀ, ଟୋଲ୍ ଆଦାୟ ଏବଂ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସେବା ପ୍ରଦାନରେ ଉନ୍ନତି ପାଇଁ ଏ ଦିଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରୁଥିବା ଠିକା କମ୍ପାନିମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଛି ।

୨୦୧୮ରୁ ପ୍ରତି ବର୍ଷ ପାଞ୍ଚଟି ବର୍ଗରେ ବାର୍ଷିକ ସଡ଼କ ପୁରସ୍କାର ପ୍ରଦାନ କରାଯିବ । ଏହି ବର୍ଗ ଗୁଡ଼ିକ ହେଲା;

  • ନିର୍ମାଣ ପରିଚାଳନାରେ ଉତ୍କର୍ଷତା, ଉପଲବ୍ଧ ସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରକଳ୍ପର ସମସ୍ତ ମାଇଲଖୁଣ୍ଟରେ ଉତ୍ତମ ମାନାଙ୍କ ପ୍ରଦର୍ଶନ।
  • ରକ୍ଷଣାବେକ୍ଷଣରେ ଉତ୍କର୍ଷତା ପ୍ରଦର୍ଶନ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ, ତଦାରଖରେ ଉତ୍ତମତା।
  • ଟ୍ରାଫିକ ପରିଚାଳନା ଓ ସେବା ପ୍ରଦାନରେ ସର୍ବଶ୍ରେଷ୍ଠ ଟୋଲ୍ ପ୍ଲାଜା।
  • ସଡ଼କ ଦୁର୍ଘଟଣା ରୋକିବା ଦିଗରେ ନିରାପଦ ରାଜପଥ ପ୍ରତିଷ୍ଠା ପାଇଁ ପଦକ୍ଷେପ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଓ ଜରୁରି ସେବା ପ୍ରଦାନରେ ଅଗ୍ରଗଣ୍ୟ।
  • ରାଜପଥ ପ୍ରକଳ୍ପ ନିର୍ମାଣରେ ନୂତନ ଟେକ୍ନୋଲଜି ପ୍ରଦାନରେ ଅଗ୍ରଣୀ।

ପଢନ୍ତୁ; ଇଣ୍ଡିଆ ଟୁଡେ ସର୍ଭେ : ଦେଶରେ ୩୧ତମ ସ୍ଥାନରେ ଓଡ଼ିଶାର ଏସ୍‌ସିବି

Related posts

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା: ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର