ଭାରତର ରାଜଧାନୀ ଦିଲ୍ଲୀକୁ ନେଇ କେଜ୍ରିଓ୍ଵାଲ୍‌ ଉପସ୍ଥାପନ କରିଛନ୍ତି ବିଚିତ୍ର ପ୍ରଶ୍ନ

ଗତ କାଲି ସୁପ୍ରିମ୍‌ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏକ ବିଚିତ୍ର ପ୍ରଶ୍ନ ଉପସ୍ଥାପନ କରି ପୁଣି ଚର୍ଚ୍ଚାରେ ଆସିଛନ୍ତି ।ତାଙ୍କ ପ୍ରଶ୍ନ ଥିଲା : ଦିଲ୍ଲୀ ଭାରତର ରାଜଧାନୀ ବୋଲି ଭାରତର ସମ୍ବିଧାନ କିମ୍ବା ସଂସଦରେ କୌଣସି ଆଇନ ପାସ୍‌ କରାଯାଇଛି କି?

ଦିଲ୍ଲୀ ସରକାରଙ୍କ ଅଖଣ୍ଡ  କ୍ଷମତା ଜାହିର କରିବା ନିମନ୍ତେ ନିର୍ଦ୍ଦିଷ୍ଟ ଅଞ୍ଚଳର ରୂପରେଖ ବାହାର କରିବାକୁ ଉଦ୍ୟମ କରି ତାଙ୍କ ତରଫରୁ ଯୁକ୍ତି ବାଢ଼ି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ । ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. କେ. ସିକ୍ରି, ଏ. ଏମ.ଖାନକିଲଓ୍ଵାର, ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଦିଲ୍ଲୀ ଭାରତର ରାଜଧାନୀ ବୋଲି ସମ୍ବିଧାନ ଅଥବା କୌଣସି ଆଇନରେ ଉଲ୍ଲେଖ ନାହିଁ। ଜୟସିଂହ କହିଛନ୍ତି ଖଣ୍ଡପୀଠଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା: ଜାତୀୟ ରାଜଧାନୀ ଅଞ୍ଚଳ ଉପରେ ଦୁଇଟି ଆଧିପତ୍ୟ ରହିପାରିବ କି? ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରିମଣ୍ଡଳ ଥିବାରୁ ଦିଲ୍ଲୀ ଏକ ରାଜ୍ୟ ବୋଲି ମୁଁ ଦାବି କରୁନାହିଁ। କିନ୍ତୁ ରାଜ୍ୟ ଓ କେନ୍ଦ୍ରର କାର୍ଯ୍ୟପାଳିକା କ୍ଷମତା ନିର୍ଦ୍ଧାରିତ କରାଯାଇ ସ୍ୱତନ୍ତ୍ର କରାଯିବା ଭଳି ସମାଧାନ ଦିଲ୍ଲୀ କ୍ଷେତ୍ରରେ ଆବଶ୍ୟକ।

ଆମେ ଜାଣୁ ଯେ ବ୍ରିଟିସ୍‌ ସରକାର କଲିକତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟୋରି ଅଫ୍‌ ଦିଲ୍ଲୀ ଆକ୍ଟ୍‌ ରହିଛି କିନ୍ତୁ ଭାରତର ରାଜଧାନୀ ଦିଲ୍ଲୀ ବୋଲି ତାହା ସାମ୍ବିଧାନିକଭାବେ କହୁନାହିଁ ବୋଲି ସେ କହିଥିଲେ। ଏ ସମ୍ବନ୍ଧରେ ଖଣ୍ଡପୀଠ କୌଣସି ବିବୃତି ଦେଇ ନାହାନ୍ତି।

ପଢନ୍ତୁ, ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

Related posts

ମଙ୍ଗଳବାର ରାତିରେ ଉଇଁବ ସୁପର୍‌ ସ୍ନୋ ମୁନ୍‌

ରାଜଧାନୀରେ ବାଘର ଆତଙ୍କ,ସିସିଟିଭିରେ କଏଦ ହେଲା ଦୃଶ୍ୟ

ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶା ବନ୍ଦ