ଭୁବନେଶ୍ବରରେ ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ ମାଲିକ

Untitled 1

ସପିଂ ମଲ୍, ସିନେମା ହଲ୍ ଆଦିରେ ଗ୍ରାହକଙ୍କଠାରୁ ପାର୍କିଂ ପାଇଁ ଫି’ ଆଦାୟ କରାଯାଇପାରିବନି। ଗାଡ଼ି ପାର୍କିଂ ପାଇଁ ମଲ୍, ସିନେମା ହଲ୍, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା କରିବା ବାଧ୍ୟତାମୂଳକ ବୋଲି ଗୁଜୁରାଟ ହାଇକୋର୍ଟ  ରାୟ ଦେଇଛନ୍ତି। ଏହାପରେ ଅହମ୍ମଦାବାଦରେ ବିଭିନ୍ନ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ପାର୍କିଂ ମାଗଣା ହୋଇଛି। ହେଲେ ଭୁବନେଶ୍ବରରେ ଏହା ଲାଗୁ ହୋଇପାରୁନି।

ଭୁବନେଶ୍ବରରେ ତ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଛି। କେତେକ ସପିଂ ମଲ୍ ଚଢ଼ା ଦରରେ ପାର୍କିଂ ଫି’ ଆଦାୟ କରୁଥିବା ବେଳେ କେତେକ ପାର୍କିଂ ଅଞ୍ଚଳକୁ ଗୋଦାମରେ ପରିଣତ କରିଦେଇଛନ୍ତି। ଆଉ କିଛି ସ୍ଥାନରେ ପାର୍କିଂ ଅଞ୍ଚଳକୁ ଦୋକାନ ପାଇଁ ଭଡ଼ା ଦିଆଯାଇଛି। ଫଳରେ ଲୋକମାନେ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ଏଠାରେ ନା କମିସନରେଟ୍ ପୁଲିସ ନା ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉଛନ୍ତି। ସପିଂ ମଲ୍, ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷଙ୍କ ସହ ପୁଲିସର ଭିତିରିଆ ସମ୍ପର୍କ ଥିବାରୁ ପୁଲିସ ବି ଏହି ବେଆଇନ ପାର୍କିଂ ଫି’କୁ ପ୍ରଶ୍ରୟ ଦେଉଛି। କେବଳ ଏତିକି ନୁହେଁ, ରାସ୍ତାରେ ଯେଉଁ ଅସମ୍ଭାଳ ଭିଡ଼ ପରିସ୍ଥିତି ସୃଷ୍ଟି ହେଉଛି, ତାକୁ ବି ନିୟନ୍ତ୍ରଣ କରିବାରେ ଫେଲ୍ ମାରିଛି।

ଏନେଇ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି  କହିଛନ୍ତି, ଗୁଜୁରାଟ ହାଇକୋର୍ଟ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ହେଉଥିବା ବେଆଇନ ପାର୍କିଂ ଫି’ ଆଦାୟ ନେଇ କ’ଣ ରାୟ ଦେଇଛନ୍ତି, ମୁଁ ପଢ଼ିନି। କିନ୍ତୁ ଯଦି ବିଡିଏ, ବିଏମ୍ସିର ଏନେଇ କିଛି ନିୟମ ଥିବ ବା ପୁଲିସ କିଛି କାର୍ଯ୍ୟାନୁଷ୍ଠାନ କରିବାର ନିୟମ ଥିବ, ସେନେଇ ଆମେ ଆଲୋଚନା କରି ପଦକ୍ଷେପ ନେବୁ।

ବିଡିଏର ନିୟମ ଅନୁଯାୟୀ, ରାଜଧାନୀରେ ସପିଂ ମଲ୍ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି, ସେଥିରେ ପାର୍କିଂ ପାଇଁ ମୋଟ୍ ନିର୍ମାଣର ୫୦% ଜାଗା ଛାଡ଼ିବାକୁ କୁହାଯାଉଛି।ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ପାଇଁ ଯେଉଁ ଦେୟ ନିଏ, ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍ଏଆର୍ ବାବଦକୁ ଫି’ ନିଏ ନାହିଁ।  ବିଡିଏ ସାଧାରଣ ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ବେଆଇନ ପାର୍କିଂ ନହେବା ପାଇଁ ସପିଂ ମଲ୍ଗୁଡ଼ିକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଛାଡ଼ କରୁଥିବା ବେଳେ ଅଧିକ ନିର୍ମାଣ କରିବାକୁ ନିୟମ କରିଛି। କିନ୍ତୁ ସପିଂ ମଲ୍ କର୍ତ୍ତୃପକ୍ଷ ବିଡିଏକୁ ଠକିବା ସହ ଲୋକଙ୍କୁ ବି ଲୁଟୁଛନ୍ତି।

ପଢନ୍ତୁ: ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ, ଆଜି ଅନ୍ଧାରି ବିଜେ

Related posts

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ