ଆମେ ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ଯାହା ବିଦେଶରୁ ଆସିଛି

ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ

ସକାଳୁ ରାତି ଭିତରେ ଏମିତି କିଛି ଜିନିଷ ଅଛି ଯାହାକୁ ଛାଡି ଆମେ ବଂଚିବା କଷ୍ଟ । ହେଲେ ଏ ଭିତରୁ ଏମିତି ଅନେକ ଜିନିଷ ଅଛି ଯାହା ବିଦେଶରୁ ଆମ ଦେଶକୁ ଆସିଛି । ପରବର୍ତି ସମୟରେ ଏଗୁଡିକ ଆମର ଅତି ଆପଣାର ହୋଇ ପାରିଛି ।

ଆମର ଅତିପ୍ରିୟ ଖେଚୁଡି ଯାହା ଆମର ପର୍ବ ପର୍ବାଣି ଠାରୁ ଆରମ୍ଭକରି ନିତିଦିନିଆ ଜୀବନରେ ଏକ ପ୍ରମୁଖ ଖାଦ୍ୟ ହୋଇଯାଇଛି ।  ହେଲେ ଏହା  ୨୫୦୦ ବର୍ଷ ପୂର୍ବେ ଚାଇନାରୁ ଭାରତକୁ ଅଣାଯାଇଥିଲା ।

ସମସ୍ତଙ୍କ ଜଳଖିଆରେ ବ୍ୟବହାର ହେଉଥିବା ପ୍ରିୟ ସିଙ୍ଗଡା । ଆମ ଦେଶକୁ ମଧ୍ୟ  ପୂର୍ବଏସିଆରୁ ଆସିଛି । ଯାହାକି ସମୋସା ନାମରେ ନାମିତ ।ଏବେ ସମଗ୍ର ଭାରତର ପସନ୍ଦ ଯୁକ୍ତ ଖାଦ୍ୟ ବିରିଆନି । ବିରିଆନି ଭାରତ ବର୍ଷର ନୁହେଁ । ଏହା ତୁର୍କିରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।

ହାଣ୍ଡିଶାଳରେ ସବୁଠୁ ଅଧିକା ଦରକାର ଆଳୁ ।ଏମିତି କି କୌଣସି ବି ଆଇଟମ ବନାଅ ସେଥିରେ ଆଳୁ ନ ପକେଇଲେ ଆଇଟମ ଟି ଭଲ ଲାଗେ ନାହିଁ ।ଏହା ଉତର ପଶ୍ଚିମ ବୋଲିଭିଆରୁ ଭାରତକୁ ଆସିଥିଲା ।

ଚା ଖଟି ଠାରୁ ଆରମ୍ଭକରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର ଦରକାର ପଡି ଥାଏ ।  ଚା କୁ ଇଂରେଜ ମାନେ ଚାଇନାରୁ  ଭାରତକୁ ଆଣି ଏଠାରେ  ଲୋକପ୍ରିୟ କରାଇଥିଲେ ।

ଏବେ ଯୁବ ପିଢି ଠାରୁ ଆରମ୍ଭ କରି ସମସ୍ତଙ୍କର ପସନ୍ଦ ପାଲିଟିଥିବା କ୍ରୀକେଟ ଖେଳ । ଏହି କ୍ରିକେଟ ଖେଳ  ପ୍ରଥମେ ଇଂରେଜ ମାନଙ୍କ ଦ୍ୱାରା ଭାରତରେ ଖେଳିବା ଆରମ୍ଭ ହୋଇଥିଲା ।


ପଢନ୍ତୁ ;

୧୯ ବର୍ଷରୁ କମ୍‌ କ୍ରିକେଟରଙ୍କୁ ପୁରସ୍କୃତ କରିବ ବିସିସିଆଇ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ