କେବଳ ଜୁସ କି ସାଲାଡ ନୁହେଁ , ଅନେକ ରୋଗର ଔଷଧ ପାଇଁ ମଧ୍ୟ ଖୁବ ଦରକାରୀ ଏ ଫଳ

ନୀତି ଦିନିଆ ଜୀବନରେ ଆମେ ଅନେକ ପ୍ରକାର ଫଳ ଖାଇଥାଉ । ସେଥିମଧ୍ୟରୁ ରସାଳ ଫଳ ହେଉଛି ସପୁରି । ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳର ମର୍ଯ୍ୟାଦା ମିଳିଛି । ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି । ଜାଣନ୍ତୁ ସପୁରୀର କିଛି ଔଷଧୀୟ ଗୁଣ ।

  • ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଂଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ ।
  • ୧୦୦ ଗ୍ରାମ୍ ସପୁରି ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢିବାର ଆଶଙ୍କା ନଥାଏ ।
  • ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ । ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍ ।
  • ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ । ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମା ୭୫% ମିଳିଥାଏ ।
  • ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ ।
  • ମଧୁମେୟ ପାଇଁ ସପୁରି ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜି ଓ ଗୋଖରାକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ ।
  • ପିଲାଙ୍କ ପେଟରେ କୃମି ହେଲେ ସପୁରି କନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ ।
    ନିୟମିତ ସପୁରି ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।

ପଢନ୍ତୁ, ଶିବଲିଙ୍ଗରେ ବେଲପତ୍ର ଚଢାଇଲା ବେଳେ ଧ୍ୟାନ ଦିଅନ୍ତୁ ଏସବୁ କଥାର , ନହେଲେ ମିଳିପାରେ ଓଲଟା ଫଳ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ