ଗୁଗଲ୍ ମ୍ୟାପ୍ ପରି ସେ ସବୁ ଅଞ୍ଚଳରେ ଥିବା ବାସିନ୍ଦାମାନଙ୍କୁ ଏକ ଇ-ଲୋକେସନ୍ ଯୋଗାଇ ଦେବା ପାଇଁ ସରରକର ଇଚ୍ଛା ପ୍ରକାଶ କରିଛନ୍ତି । ଏଣୁ ଜନସାଧାରଣଙ୍କ ଆବାସିକ ଅଥବା ବୃତ୍ତିଗତ ଅବସ୍ଥାନ ଠିକଣାର ଡିଜିଟାଲ୍ ମ୍ୟାପିଙ୍ଗ୍ କରିବା ପାଇଁ ସରକାର ଏକ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ।
ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଥିବା ଡାକ ବିଭାଗ ଏକ ପାଇଲଟ୍ ପ୍ରୋଜେକ୍ଟ୍ ପାଇଁ ଆଦେଶ ଦେଇଛି। ଏଡି ପ୍ରୋଜେକ୍ଟ୍ ତିନୋଟି ପୋଷ୍ଟାଲ୍ ପିନ୍ କୋଡ୍ ଅଞ୍ଚଳରେ ଅବସ୍ଥିତ ପ୍ରତ୍ୟେକ ସମ୍ପତ୍ତିବାଡ଼ି ନିମନ୍ତେ ଏକ ଛଅ ଅଙ୍କବିଶିଷ୍ଟ ଆଲ୍ଫା ନ୍ୟୁମେରିକ୍ ଡିଜିଟାଲ୍ ଆଡ୍ରେସ୍ ପ୍ରଦାନ କରିବ। ଡାକ ବିଭାଗ ତରଫରୁ ଘରୋଇ ମ୍ୟାପିଙ୍ଗ୍ କମ୍ପାନି ‘ମ୍ୟାପ୍ମାଇଁଇଣ୍ଡିଆ’ ଏହି ପ୍ରୋଜେକ୍ଟ୍ର କାର୍ଯ୍ୟ କରିବ।‘ମ୍ୟାପ୍ମାଇଁଇଣ୍ଡିଆ’ର ଏମ୍ଡି ରାକେଶ ବର୍ମା କହିଛନ୍ତି: ଏହି ଇ-ଲିଙ୍କେଜ୍ ଜଟିଳ ଠିକଣା ଚିହ୍ନଟ କରିବାକୁ ସରଳ କରିବା ସହ ସେସବୁକୁ ଅନ୍ୟାନ୍ୟ ସୁବିଧା ଏବଂ ସେବା ସହିତ ସଂଯୋଗ କରିବ।
ନିକଟରେ ଦିଲ୍ଲୀ ଏବଂ ନୋଏଡ଼ାର ଦୁଇଟି ପୋଷ୍ଟାଲ୍ ପିନ୍ କୋଡ୍ ନିମନ୍ତେ ଇଲୋକ୍ (ଇ-ଲୋକେସନ୍) ପାଇଁ ପାଇଲଟ୍ ପ୍ରୋଜେକ୍ଟ୍ ଅନୁମୋଦନ ଲାଭ କରିଛି। ଏହା ପରେ ଦେଶବ୍ୟାପୀ ଏହି ପ୍ରକଳ୍ପ ଚାଲିବ।ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ଇଲୋକ୍ ଅଧିକ ସହଜ ଏବଂ ଶୀଘ୍ର ନିର୍ଦ୍ଦିଷ୍ଟ ଠିକଣା ଖୋଜି ବାହାର କରି ସେଠାରେ ପହଞ୍ଚାଇବାକୁ ସହାୟକ ହେବ।
ପଢନ୍ତୁ, ଘରେ ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା ପୁରସ୍କାର: ଅକ୍ସି ହେଲ୍ଥ୍ କେୟାର