ଡେଲିଉଡ ମିସ ଇଣ୍ଡିଆ ହେଲେ ଓଡିଆ ଝିଅ

ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁ ସନ୍ତୁକାଙ୍କୁ ସଫଳତା। ଦିଲ୍ଲୀରେ ଅନୁଷ୍ଠିତ ଡେଲିଉଡ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ୨୦୧୮ରେ ବିଜୟୀ ହୋଇଛନ୍ତି ଋତୁ। କଟକରେ ଜନ୍ମିତ ଋତୁ ସନ୍ତୁକା ଏହି ଜାତୀୟ ସ୍ତରୀୟ ପ୍ୟାଜେଣ୍ଟରେ ଡେଲିଉଡ୍‌ ମିସ୍‌ ଇଣ୍ଡିଆ ଟାଇଟଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସମଗ୍ର ଦେଶରୁ ଅଂଶଗ୍ରହଣ କରିଥିବା ୧ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ଜିତିଛନ୍ତି। ଏହାସହ ଋତୁ ‘ମୋଷ୍ଟ ଇଣ୍ଟରନ୍ୟାଶନାଲ ଲୁକ୍‌’, ‘ମୋଷ୍ଟ ବିଉଟିଫୁଲ୍‌’ ଏବଂ ‘ଡେଲିଉଡ୍‌ ମିସ୍‌ ଓଡ଼ିଶା ଟାଇଟଲ’ ମଧ୍ୟ ଜିତିଛନ୍ତି।

ସୂଚନାଯୋଗ୍ୟ,କଟକର ଇତିଶ୍ରୀ ସନ୍ତୁକା ଓ କମଳ ସନ୍ତୁକାଙ୍କ ଝିଅ ଋତୁ ଏବେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ପଢ଼ୁଥିବା ବେଳେ ଆଗକୁ ମିସ୍‌ ଇଣ୍ଡିଆ ଏବଂ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗନେବାକୁ ଲକ୍ଷ୍ୟ ରଖିଛନ୍ତି।

ପଢନ୍ତୁ;ଆଜିଠୁ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ

Related posts

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସିଓଲ ଶାନ୍ତି ପୁରସ୍କାର

୨୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା