ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି

ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲ ରେ ମୁକ୍ତିଲାଭ କରୁଛି । ସାର୍ଥକ ଟିଭି ଓ ମୁନ୍‌ ଟିଭିର ମିଳିତ ପ୍ରଯୋଜନାରେ ନିର୍ମିତ ଏହା ଏକ ଆକ୍ସନରେ ଭରା ପାରିବାରିକ ଛବି । ଏଥିରେ ସିଦ୍ଧାନ୍ତ, ଅମ୍ଳାନ, ଅନୁଭା, ନୈନା ଦାଶ ଓ ଅସିତ ପତି ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ ।

ଶଚିକାନ୍ତ ଜେନା ଏହାର କାହାଣୀକାର ଏବଂ ପ୍ରଯୋଜକ ଓ ବିନି ପଟ୍ଟନାୟକ ନିର୍ଦ୍ଦେଶକ । ଡ଼. ରଜନୀ ରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । “ବଜରଙ୍ଗୀ” ହେବ ଏ ବର୍ଷର ୩୨ତମ ଓଡ଼ିଆ ସିନେମା ।

ସିନେ ପ୍ରେମୀମାନେ ପ୍ରଥମ ଥରଲାଗି ଅମ୍ଳାନ-ଅନୁଭାଙ୍କ ଯୋଡିକୁ ଦେଖିବାକୁ ପାଇବେ ଏବୋଂ  ଦ୍ୱିତୀୟ ଥରଲାଗି ସିଦ୍ଧାନ୍ତଙ୍କ ବିପକ୍ଷରେ ନଜର ଆସିଛନ୍ତି ନୈନା ଦାଶ । ଏଥିରେ ଅମ୍ଳାନ, ଅନୁଭା ଉଭୟେ ପୁଲିସ ଭୂମିକାରେ ନଜର ଆସିବେ ଓ ସିଦ୍ଧାନ୍ତ ଆସିବେ ନକରାତ୍ମକ ଚରିତ୍ରରେ ।  ସିନେମାର କାହାଣୀ ଦୁଇଭାଇଙ୍କ ଉପରେ ଆଧାରିତ ।

Related posts

ତିନୋଟି ଭାଷାରେ ରିଲିଜ ହେବ ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ’ଯେତେ ଗୋରି ସେତେ ଷ୍ଟୋରି’

ଆଜି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”