୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ରାଜ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିବ । ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର

ଗତକାଲିର ବୈଠକରେ ରାଜ୍ୟର ସହରାଞ୍ଚଳରେ ସବୁ ଦୋକାନ ଓ ବାଣିଜ୍ୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ଏହା କଡ଼ାକଡ଼ି ଯାଞ୍ଚ୍‌ କରାଯିବ ବୋଲି କୁହାଯାଇଛି । ସେହିପରି ବିଭିନ୍ନ ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଘରୋଇ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ ଓ ହୋଟେଲ୍‌ ଆଦି ୧୦୦ଟି ପ୍ରମୁଖ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ଭାଷାରେ ନାମଫଳକ ଲେଖି ନ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌ ଓ ଶ୍ରମ କମିସନର୍‌ ଅଞ୍ଜନ ମାଣିକ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ;ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Related posts

ଫେବୃଆରି ୨୮ ତାରିଖ ପରେ ବି ଖୋଲା ରହିବ ଧାନମଣ୍ଡି

ପାକିସ୍ତାନୀ କଳାକାରଙ୍କୁ ବାରଣ କଲା ଭାରତୀୟ ସିନେ ଜଗତ

ଟମାଟୋକୁ ପାକିସ୍ତାନ ପଠାଇବାକୁ ମନା କଲେ ଭାରତୀୟ ଚାଷୀ