ଚୀନ୍ ସୀମାରେ ସମ୍ବିତ-ସମ୍ଭାବନା !

ଗୋଆ ପରେ ଏବେ ଚାଇନା ବୁଲୁଛନ୍ତି ସମ୍ବିତ-ସମ୍ଭାବନା

ଗୋଆ ପରେ ଏବେ ଚାଇନା ବୁଲୁଛନ୍ତି ସମ୍ବିତ-ସମ୍ଭାବନା ଆଉ ସଙ୍ଗୀତା । ଯେଉଁଠି ପାରୁଛନ୍ତି ସେଠି ଟେଣ୍ଟ ପକାଉଛନ୍ତି । ପ୍ରାକୃତିକ ପରିବେଶର ଭରପୁର ମଜା ଉଠାଉଛନ୍ତି । ସେମାନେ ଏହି ବୁଲିବା ନେଇ ଏବେ ଓଡିଆ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । ସମସ୍ତେ କୁଆଡେ କଥା ହେଉଛନ୍ତି , ଏ ତ୍ରିମୂର୍ତି ଆଉ ଫେରିବେନି । ଚାଇନା ସୀମାରେ ରହିବେ । ସେ ଯାହା ବି ହେଉ ଏହା କେତେ ସତ କେତେ ମିଛ ତାହା ଜଣାପଡିନି । ସେମାନଙ୍କୁ ଫୋନ କଲେ ଶୁଣିବାକୁ ମିଳୁଛି , ‘ ଦି ନମ୍ବର ୟୁ ହାଭ୍ ଡାଏଲ୍ ଇଜ୍ ଆଉଟ୍ ଅଫ୍ ନେଟୱର୍କ ‘… ।

ତେଣୁ କାହା ସହ ଯୋଗାଯୋଗ ହୋଇପାରୁନି । ହେଲେ ସମ୍ଭାବନା ଅନେକ ଗୁଡିଏ ଫୋଟକୁ ନିଜ ଇନଷ୍ଟାଗ୍ରାମ୍ ରେ ଅପ୍-ଲୋଡ୍ କରି ଚାଲିଛନ୍ତି । ଯାହାକୁ ନେଇ ବେଶୀ ଆଲୋଚନା ହେଉଛି । ସେହି ଫୋଟରେ ସମ୍ବିତଙ୍କ ସହ ତାଙ୍କର କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫୋଟ ରହିଛି । ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଶେଷରେ ଆମେ ଫିଲ୍ମର ପବ୍ଲିସିଟି ଡିଜାଇନ୍ ର ପ୍ରଣୟ ଜେଠିଙ୍କୁ ଯୋଗାଯୋଗ କଲୁ ।

ସେଠୁ ଜଣାପଡିଲା ସେମାନେ ବୁଲିବାକୁ ନୁହେଁ ବରଂ ସୁଟିଙ୍ଗରେ ଯାଇଛନ୍ତି । ପୂର୍ବରୁ ଏହିଭଳି ଗୋଆ ବି ଯାଇଥିଲେ । ସେତେବେଳେ ବି ଉଭୟଙ୍କୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ଆଶ୍ଚର୍ଯ୍ୟ ହେବାର କି ଡରିବାର କିଛି ନହିଁ କାରଣ ଏଚ୍ ଏମ୍ ଟି ପ୍ରଡକ୍ସନ ବ୍ୟାନର ପ୍ରସ୍ତୁତ ନୂଆ ଓଡିଆ ଫିଲ୍ମ ‘ ବିଶ୍ଵନାଥ ‘ ସୁଟିଙ୍ଗ ଏବେ ଚୀନ୍ ସୀମାରେ ଚାଲିଛି । ଫିଲ୍ମର ଗୋଟିଏ ଗୀତର ସୁଟିଙ୍ଗ ଚାଲିଛି । ସେଥି ପାଇଁ ଏ ଅଭିନେତା ଅଭିନେତ୍ରୀମାନେ ଏବେ ସେଠାରେ ଅଛନ୍ତି।

ପ୍ରେମ , ପ୍ରତାରଣା , ପରିବାର ଏବଂ ଆକ୍ସନ ଆଧାରିତ ଏ ସିନେମାରେ ଟଲିଉଡ୍ ର ଝଲକ ପାଇବେ ସିନେପ୍ରେମୀ । ସିନେମାରେ ଏହି ତିନି ପ୍ରମୁଖ କଳାକାରଙ୍କୁ ଛାଡି ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ମିହିର ଦାସ , ପୃଥ୍ଵୀରାଜ , ସଲିଳ ମିତ୍ର , ପ୍ରତିଭା ପଣ୍ଡା , ବିକାଶ ଦାସ , ରାଇମୋହନ ପରିଡା , ଏମ୍.ଭବାନୀ , ଗୁଡୁ , ମମତା , ଚାନ୍ଦିନୀ , ମନୀଷା ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି । ସିନେମାର ନିର୍ଦେଶନା ଦେଇଛନ୍ତି ନିର୍ଦେଶକ କରନ୍ । ପ୍ରଯୋଜନା ଦାୟିତ୍ଵରେ ରହିଛନ୍ତି ଜାଭିରୁଦ୍ଦିନ । କାର୍ଯ୍ୟକାରୀ ପ୍ରଯୋଜନାରେ ବିନ୍ଦୁ ଶଙ୍କର ଗୌଡ , କ୍ୟାମେରା ପରିଚାଳନା କରୁଛନ୍ତି ମୁରଲୀ । ସଙ୍ଗୀତ ନିର୍ଦେଶନା ଅଭିଜିତ୍ ମଜୁମଦାର ଦେଇଥିଲାବେଳେ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ ।

ପଢନ୍ତୁ ;

ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ !

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?