୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟର ମାନ୍ୟତା

ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଶୁକ୍ରବାର ଅପରାହ୍ଣ ୫ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ବୀମା ରାଶି ୨ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ ୫ ଲକ୍ଷ ଟଙ୍କା କରି ଦିଆଯାଇଛି ।  ସେହିପରି ପୂର୍ବତନ ବିଧାୟକ ମେଡିକାଲ ଭତ୍ତା ମାସିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ ।

ଏହି କ୍ୟାବିନେଟ୍‌ ବୈଠକରେ ଫରେଷ୍ଟରମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୩(ବିଜ୍ଞାନ)କୁ ବୃଦ୍ଧି କରାଯାଇଛି । ବେଲପାହାଡ଼,ଝାରସୁଗୁଡ଼ାରେ ଭୂତଳ ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।  ସମବାୟ ସମିତି ପ୍ରାଥମିକ ସଦସ୍ୟଙ୍କ ଠାରୁ ଫି ଆଦାୟ ହେବନି ବୋଲି ମଧ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଗତକାଲି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।

ପଢନ୍ତୁ ;

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ