ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ

ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ- ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।

ସମ୍ମାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ ଦେଇ କହିଛନ୍ତି ଯେ ‘ସାଢ଼େ ୪ କୋଟି ଲୋକଙ୍କୁ ନେଇ ମୋର ପରିବାର । ଓଡ଼ିଶାବାସୀ ମୋ ଉପରେ ଭରସା ରଖିଛନ୍ତି। ଲୋକଙ୍କୁ ଭଲପାଇଥିଲେ ଲୋକଙ୍କ ପାଇଁ ନିର୍ବାଚନ ଲଢ଼ । ଲୋକଙ୍କୁ ଆଗରେ ରଖିବା ହିଁ ପ୍ରକୃତ ସୁଶାସନ। ଅଧିକରୁ ଅଧିକ ଲୋକ ରାଜନୀତିକୁ ଆସିବା ଦରକାର। କାରଣ ଲୋକଙ୍କ ବିକାଶ ପାଇଁ ରାଜନୀତି ଏକ ଶକ୍ତିଶାଳୀ ମାଧ୍ୟମ।’ ନବୀନ ଏହି ସମ୍ମାନକୁ ଓଡ଼ିଶାବାସୀଙ୍କୁ ସମର୍ପିତ କରିଛନ୍ତି ।

ଭାରତ ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଂଚ ଓ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣାନ୍‌ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ଉତ୍ସବରେ ଉପସ୍ଥିତ ୧୦ ହଜାରରୁ ଅଧିକ ଛାତ୍ର ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠୁ ବଳିଷ୍ଠ ମାଧ୍ୟମ ହେଉଛି ରାଜନୀତି । ତେଣୁ ନେତାଙ୍କ ମନୋବୃତି ଓ ଉଦ୍ୟମ ଯଦି ଜନସାଧାରଣ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଲେ ରାଜନୀତି ସରଳ ହୋଇଯାଏ ବୋଲି ନବୀନ କହିଛନ୍ତି। ଏହା ସହ ଲୋକଙ୍କୁ ପ୍ରାଥମିକତା ଦେଲେ ଭଲ ରାଜନୀତି ହୋଇପାରିବ ବୋଲି ସେ କହିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା ।

ଆଦର୍ଶ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ  ଗ୍ରାଣ୍ତଓ୍ବେରେ ସ୍ବାଗତ  ଓ ଅଭିନନ୍ଦନ ଜଣାଇବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୦ହଜାର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ  ବିମାନ ବନ୍ଦରରୁ ନବୀନ ନିବସ ଧାଡି ବାନ୍ଧି ଠିଆ ହେବେ । ବିମାନବନ୍ଦରରୁ ବାହାରି ନବୀନ ନିବାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବେ। ବାଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିବା ସହ ଲୋକ ସହ  ମିଶିବେ। ଏହି ସେଲିବ୍ରେସନ ପାଇଁ ଦଳ ପକ୍ଷରୁ ବାଜା ବାଣ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପଢନ୍ତୁ ;

ନୀଳ ରଙ୍ଗରେ କେବଳ ଆପଣଙ୍କ ପୋଷାକ ଚମକି ନଥାଏ ,ଏହାମଧ୍ୟ ଆପଣଙ୍କ ଭବିଷ୍ୟତକୁ ବଦଳାଇ ଥାଏ, ଜାଣନ୍ତୁ କିପରି ?

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ