ନିଷ୍ପତି ନେଲେ ସରକାର, ଦରମା ବୃଦ୍ଧି ସହ ନିୟମିତ ହେବେ ଶିକ୍ଷା ସହାୟକ

ଶିକ୍ଷା ସହାୟକ ଙ୍କ ସମସ୍ୟାକୁ ନେଇ ସରକାର ବିଧିବଦ୍ଧ ନିଷ୍ପତି ନେଇଛନ୍ତି ଓ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ।  ସୂଚନା ଅନୁସାରେ, ୬ବର୍ଷ ଚାକିରି କଲେ ନିୟମିତ ହେବେ ଶିକ୍ଷା ସହାୟକ ଏବୋଂ ଶିକ୍ଷା ସହାୟକମାନଙ୍କ ନାମ ପରିବର୍ତନ କରି ଜୁନିଅର ଟିଚର କଂଟ୍ରାକ୍ଟ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।

ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ସେମାନଙ୍କ ଦରମା ବୃଦ୍ଧି ହେବ । କିନ୍ତୁ ରାଜ୍ୟ ୪୦ ପ୍ରତିଶତ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଦରମା ବହନ କରିବେ ।

ଚାକିରି ସମୟରେ ଶିକ୍ଷା ସହାୟକଙ୍କ ମୃତ୍ୟୁ ହେଲେ ପରିବାରକୁ ୨ଲକ୍ଷ ଟଙ୍କା ଓ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଗଲେ ଦେଢଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ବଦ୍ରିନାରାୟଣ ।

ଗତ କିଛିଦିନ ଧରି ଶିକ୍ଷା ସହାୟକ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶେଷରେ ଶିକ୍ଷା ସହାୟକଙ୍କ କଥା ମାନିଗଲେ ସରକାର ଓ ତାଙ୍କ ଦାବି ପୂରଣ ନେଇ ନିସ୍ପତି ନେଲେ।

ପଢନ୍ତୁ, ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

Related posts

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା: ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର