ଶୁଭିଲା ” ଓଲେ ଓଲେ ଦିଲ ବୋଲେ “

ଏପ୍ରିଲ ୧୩ରେ ମୁକ୍ତିଲାଭ

ଗୀତାଞ୍ଜଳି ପ୍ରଦକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡିଆ ସିନେମା  ” ଓଲେ ଓଲେ ଦିଲ ବୋଲେ “ର ଅଡିଓ ରିଲିଜ ଭୁବନେଶ୍ଵରର ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇ ଜାଇଛି । ଏହି ଅଡିଓ ରିଲିଜ ସମୟରେ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ସିନେମାରେ ୫ଟି ଗୀତ ରହିଛି । ଟାଇଟଲ ଗୀତ ଓଲେ ଓଲେ ଦିଲ ବୋଲେ କୁ ଛାଡି ବାକି ୪ଟି ଗୀତ ଦର୍ଶକଙ୍କ ମନକୁ ନିଶ୍ଚିନ୍ତ ଛୁଇଁବ । ୨ଟି ଗୀତ ସୁବ୍ରତ ସ୍ଵାଇଁ ରଚନା କରିଥିଲା ବେଳେ ବାକି ୩ଟି ଗୀତ ଲେଖିଛନ୍ତି ଗୀତିକାର ବସନ୍ତରାଜ ସାମଲ । ଗୀତଗୁଡିକ ଗାଇଛନ୍ତି ଉଦିତ ନାରାୟଣ , ଲୋପାମୁଦ୍ରା ,ଅନନ୍ୟା, ଦିପ୍ତିରେଖା, ଆଶୁତୋଷ,ସୋମେଷ ଓ ବିଶ୍ଵଜିତ ।

ସମସ୍ତ ଗୀତ ଭୁବନେଶ୍ଵର ଏବଂ ବାହାରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପ୍ରକୃତିକ ପରିବେଶ ଭିତରେ ଶୁଟିଙ୍ଗ କରାଯାଇଛି । ସିନେମାର କାହାଣୀ ଭଳି ଗୀତକୁ ବି ଦର୍ଶକ ପସନ୍ଦ କରିବେ ବୋଲି ସଂଗୀତ ନିର୍ଦେଶନା ଦେଇଥିବା ପ୍ରସିଦ୍ଧ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି । ସବୁ ସିନେମାଠାରୁ ଏ ସିନେମାରେ ଗୀତ ପ୍ରତି ସେ ଟିକେ ଅଧିକ ଗୁରୁତ୍ଵ ଦେଇଥିବା କହିଛନ୍ତି । ସିନେମାର ନିର୍ଦେଶନା ଦେଇଛନ୍ତି କୈଳାସ ମହାପାତ୍ର ।

ଜାନୁଆରୀ ୨୧ରେ ସିନେମାର ଶୁଭ ମହୁରତ ହୋଇ ୨୩ରେ ଶୁଟିଙ୍ଗ ଆରମ୍ଭ ହୋଇଥିଲା । ମାତ୍ର ୨ ମାସର ବ୍ୟବଧାନରେ ସିନେମା ପୁରା ପ୍ରସ୍ତୁତ । ଏବେ ଅପେକ୍ଷା ରିଲିଜକୁ । ଏପ୍ରିଲ ୧୩ ତାରିଖରେ ସିନେମାଟି ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହା ଯାଇଛି ।

ସିନେମାର ମୂଳ କାହାଣୀଟି ନାଟକରୁ ଆସିଥିବାରୁ ସିନେମା ନିଶ୍ଚିନ୍ତ ହିଟ ହେବ ବୋଲି ସମସ୍ତଙ୍କ ଆଶା ରହିଛି । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡର ଚର୍ଚିତ ଓ ସବୁଠାରୁ ପସନ୍ଦିତା ଯୋଡି ଜୋତି ଓ ଝିଲିକ । ତାଙ୍କ ସହ ସିଦ୍ଧାନ୍ତ ମହାପାତ୍ର , ମୁହିର ଦାସ , ଚୌଧୁରୀ ବିକାଶ ଦାସ , ପ୍ରତିଭା ସାହୁ ଓ ଅନ୍ୟମାନେ ଅଭିନୟ କରିଛନ୍ତି ।

ପଢନ୍ତୁ ;

କେଉଁ ଜିନିଷ ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ ଜାଣନ୍ତୁ ?

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘