ଆଗାମୀ ସିନେମାରେ ଏକ ଦମ୍‌ଦାର୍‌ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର

ଅଭିନେତା ମନୋଜ ମିଶ୍ର, ତାଙ୍କୁ କିଏ ବା ନଜାଣେ । ସେ ଓଲିଉଡର ଜଣେ ଆଗ ଧାଡିର କଳାକାର । ବିଶେଷ କରି ଖଳନାୟକ ଭୂମିକାରେ ନଜର ଆସିଛନ୍ତି ଏହି କଳାକାର ଜଣକ । ୨୦୦୩ରେ ପ୍ରଯୋଜକ ପ୍ରଦୀପ ଭୋଳ, ମନୋଜ ମିଶ୍ରଙ୍କୁ ତାଙ୍କ ପ୍ରଯୋଜିତ “ସୁନାଶଂଖାଳି” ଜରିଆରେ ଓଡିଆ ସିନେମା ଜଗତରେ ଯାତ୍ରା ଆରମ୍ଭ କରିଥିଲେ ।

ସୁନାଶଂଖାଳି ପରେ ଲୋକପ୍ରିୟ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ “ତୁମକୁ ପାରୁନିତ ଭୁଲି” ରେ ଖଳନାୟକ ମୁନ୍ନା ଚରିତ୍ର ନିଭାଇ ବେଶ୍‌ ପ୍ରଶଂସା ସାଉଁଟିଥିଲେ ମନୋଜ ମିଶ୍ର। ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ସେ । ସିନେମା ପରେ ସିନେମା ଭେଟି ଦେଇ ଚାଲିଛନ୍ତି ସେ । ମନୋଜ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି।

ସମ୍ପ୍ରତି ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ “ଯୋଗୀ” ସିନେମାରେ ପୁଣି ଖଳନାୟକ ଅବତାରରେ ନଜର ଆସିବେ ମନୋଜ । ଏଥିରେ ମନୋଜ ମିଶ୍ରଙ୍କୁ ମିଳିଛି ଏକ ଦମ୍‌ଦାର୍‌ ରାଜନେତାର ଭୂମିକା । ବାକି କାହାଣୀ ସିନେମାଟି ପରଦା ଉପରକୁ ଆସିଲେ ଜଣାପଡିବ । ଏଥିରେ ମନୋଜଙ୍କ ସମେତ ବହୁ ନାମିଦାମି କଳାକାର ବି ଅଛନ୍ତି । ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ, ହର ରଥଙ୍କ ସହ ନୂଆ କଳାକାର ଆର୍ଜ୍ୟନ ଦାସ ଏହି ସିନେମାର ଅଂଶବିଶେଷ ।

ପଢନ୍ତୁ, ଦିନେ ଛୋଟ ପରଦାରେ ଦର୍ଶକଙ୍କ ମନ ଜିଣିଥିବା ଏହି ନାୟିକା ଏବେ ବଡ ପରଦାରେ କରୁଛନ୍ତି ରାଜ

Related posts

ଗ୍ୟାଙ୍ଗଷ୍ଟାରଙ୍କ ଧମକକୁ କଲେନି ଖାତିର, ରେସ-୩ ଫିଲ୍ମର ସୁଟିଂ ଆରମ୍ଭ କଲେ ସଲମାନ ଖାନ

ଅମୀର ଖାନ୍‌ଙ୍କ ନୂଆ ଡ୍ରିମ ପ୍ରୋଜେକ୍ଟ ,ମହାଭାରତ

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର