ଆଜି ପରଦାରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ ‘ଯୋଗୀ’

ଆଜି ରିଲିଜ୍‌ : ‘ଯୋଗୀ’

ଆଜି ସିନେମା ହଲରେ ମୁକ୍ତିଲାଭ କରିଛି ଓଲିଉଡ ଫିଲ୍ମ ‘ଯୋଗୀ’ । ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟଭୂମିକାରେ ଅଭିନୟ କରିଛନ୍ତି ନବାଗତ ଆର୍ଯ୍ୟାନ ଏବଂ ନିକିତା । ଏହି ଫିଲ୍ମରେ ଅଭିନତା ଆର୍ଯ୍ୟାନ ଡେବ୍ୟୁ କରିବା ପୂର୍ବରୁ ଅନେକ ଆଲବମ୍ ଗୀତରେ ଅଭିନୟ କରି ସାରିଛନ୍ତି । ଏବଂ ଅଭିନେତ୍ରୀ ଏକ ଶିଶୁ କଳାକାର ଭାବେ ଅଭିନୟ କରି ଆସିଛନ୍ତି ।

ଏହି ଫିଲ୍ମ ଜରିଆରେ ଦୁଇଜଣଙ୍କ ଯୋଡିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଆଗକୁ ଜଣା ପଡିବ । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଆର୍ଯ୍ୟାନ ଏକ ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରୁଥିବା ବେଳେ ଅଭିନେତ୍ରୀ ନିକିତା ଜଣେ ସ୍ୱାଧିନତା ସଂଗ୍ରାମୀଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ବ୍ୟତୀତ ହର ରଥ ଏକ ଭିନ୍ନ ଅବତାରେ ନଜର ଆସିବେ ।

ଅନ୍ୟ କଳାକାର ମାନେ ହେଲେ ବିଜୟ ମହାନ୍ତି, ଜୟରାମ ସାମଲ, ସ୍ମିତା ମହାନ୍ତି,ମନୋଜ ମିଶ୍ର, ସ୍ୟାମେନ୍ଦୁ,ଏବଂ ଅରବିନ୍ଦଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ ।

ପଢନ୍ତୁ ;

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ