ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଲେ ଓଡିଶା କୁଇନ ର ବ୍ରାଣ୍ଡ ଆମ୍ବାସଡର

ଆର. ଆର ଇଭେଣ୍ଟସ ଆୟୋଜିତ ଓଡିଶା କୁଇନର ବ୍ରାଣ୍ଡ ଆମ୍ବାସଡର ଭାବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଗତକାଲି ଏକ ସାମ୍ବାଦିକ ସମିଳନୀରେ ଆୟୋଜକମାନଙ୍କ ତରଫରୁ ଘୋଷଣା କରାଯାଇଛି ।

ଆର. ଆର ଇଭେଣ୍ଟସର ପରିଚାଳନା ନିର୍ଦେଶକ ରମେଶ ବାରିକଙ୍କ ତତ୍ଵାବଧାନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଓଡିଶା କୁଇନର ପ୍ରଥମ ପର୍ଯ୍ୟାୟ ଘୋଷଣା କରାଯାଇଥିଲା ।

ପ୍ରଥମ ଅଡିସନ ରାଉଣ୍ଡ ଓଡିଶାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, ରାଉରକେଲା, ପୁରୀ, ବାଲେଶ୍ଵର, ସୁନାବେଡା, ଜଯପୁର, ବାରିପଡ଼ାଠାରେ ଅନୁଷ୍ଠିତ ହେଇ ଶ୍ରେଷ୍ଠ ୩୨ ଜଣଙ୍କୁ ଭୁବନେଶ୍ଵରର ସ୍ଵସ୍ତି ପ୍ରମିୟାମ ହୋଟେଲଠାରେ ୫ ଦିନ ସୁଟିଙ୍ଗ ପରେ ପ୍ରି-ଫାଇନାଲ ହବ ।

ପ୍ରଥମ ଅଡିସନ ପର୍ଜ୍ୟାୟରେ ବିଚାରକ ଭାବେ ଅଭିନେତ୍ରୀ ପିଙ୍କି ପ୍ରଧାନ, ଅଭିନେତା ତଥା ନୃତ୍ୟ ନିର୍ଦେଶକ ହରିହର ଦାସ, ଅଭିନେତ୍ରୀ ଶୀତଲ, ଅନିଶା, ମିସ ଇଣ୍ଡିଆ ଟିନଏଜ ସ୍ଵାତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଚାରକରି ଶ୍ରେଷ୍ଠ ୩୨ ଜଣଙ୍କୁ ୨ୟ ପର୍ଜ୍ୟାୟକୁ ମନୋନୀତ କରିବେ।

ଏହି ଅବସରରେ ଯବୋରାଣ୍ଡ ଆୟୁର୍ବେଦିକ କମ୍ପାନୀର ପରିଚାଳନା ନିର୍ଦେଶକ ଅମରେଶ ମାଝି ଉପସ୍ଥିତ ରହି ଶୋ ର ବ୍ରାଣ୍ଡ ଆମ୍ବାସଡର ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା କରିଥିଲେ ।

ମୁଖ୍ୟ ଅତିଥି ସଂସଦ ଡଃ ପ୍ରସନ ପାଟ୍ଟଶାଣି, ଓଲିଉଡ କୁଇନର ପ୍ରଥମ ଲୁକକୁ ଦର୍ଶକ ମାନଙ୍କ ଉଦେଶ୍ୟରେ ଲୋକାର୍ପିତ କରିବା ସହ ଶୋ ଅନୁଷ୍ଟାନିକ ଭାବେ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପସ୍ଥାପିକା ସୋମା ।

“ଓଡିଶା କୁଇନ” ର ବିଜେତାଙ୍କୁ ଅନୁଷ୍ଠାନ ତରଫରୁ ନଗଦ ୫୦,୦୦୦/- ଟଙ୍କା, ସ୍କୁଟ୍ଟୀ ପେପ ସହ ଓଡିଆ, ଭୋଜପୁରୀ ଭାଷାରେ ଗୋଟିଏ ଚଳଚିତ୍ରରେ ଅଭିନୟ ସୁଯୋଗ ଦିଆଯିବ ଏବୋଂ ରନର୍ଶପଙ୍କୁ ନଗଦ ୨୫,୦୦୦/- ଟଙ୍କା ପ୍ରଦାନ କରାଯିବ ।

 

Related posts

Wedding Venues In Kolkata: What To Look For ?

୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ