ପରୀକ୍ଷାରେ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ କେମିତି ଚାହୁଁଛ ବୟଫ୍ରେଣ୍ଡ, ମୁଁ ହେଲେ ଚଳିବ?

Untitled 1

ଗୁଜରାଟର ବଡୋଦରା ମେଡିକାଲ କଲେଜରେ ଫିଜିଓଥେରାପି ମୌଖିକ ପରୀକ୍ଷାରେ ଜନୈକ ପ୍ରଫେସରଙ୍କ ଅଭଦ୍ର ପ୍ରଶ୍ନକୁ ନେଇ ଛାତ୍ରୀ ନିର୍ଜାତନା ଅଭିଯୋଗ ଆଣିଛନ୍ତି। ଫଳରେ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି। ଏସ୍.କେ.ନାଗର  ନାମକ ଏହି ପ୍ରଫେସର ଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନ ବଦଳେ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଛାତ୍ରୀ ଡିନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପରୀକ୍ଷାରେ ପ୍ରଫେସର ଛାତ୍ରୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଅଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ। ତେବେ ଛାତ୍ରୀଙ୍କ ଉତ୍ତର ନାଁ ଶୁଣିବା ପରେ ମୋ ଭଳି ବଡି ଥିବା ବୟଫ୍ରେଣ୍ଡ ଚଳିବ କି ବୋଲି ପଚାରିଥିଲେ। କେବଳ ସେତିକି ନୁହେଁ ମହିଳାଙ୍କ ପ୍ରେଗନେନ୍ସୀ ଓ ଭର୍ଜିନିଟି  ନେଇ ମଧ୍ୟ ବିକୃତ ପ୍ରଶ୍ନ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ଛାତ୍ରୀ କାନ୍ଦି କାନ୍ଦି ଡିନଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପ୍ରଫେସର ନାଗର। ଆଗକୁ ସେ ଡିନ ପଦବୀକୁ ପଦୋନ୍ନତୀ ପାଇବାକୁ ଅଛି। ଏଣୁ ଏକ କୁଚକ୍ରୀ ଗୋଷ୍ଠୀଙ୍କର ତାଙ୍କ ବିରୋଧରେ ଏଭଳି ଏକ ଷଡଯନ୍ତ୍ର  କରିଛନ୍ତି ବୋଲି କହିଛନ୍ତି।

ପଢନ୍ତୁ: ଶେଷରେ ହାର ମାନିଲା ପାକିସ୍ତାନ: କୂଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସ ସହାୟତା

Related posts

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ