କେଶରେ ଚମକ ଆଣିବାକୁ ଚାହୁଛନ୍ତି କି ?ତେବେ ଆପଣାନ୍ତୁ ଏହି ଉପାୟ

ସୁନ୍ଦର ଓ ଘନ କେଶ ପାଇବା ପାଇଁ ସମସ୍ତେ ଚାହାନ୍ତି, ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି । ଏକ ସର୍ବେକ୍ଷଣରୁ ଜଣାପଡିଛି ନିୟମିତ ରୁପେ କେଶରେ ପିଆଜ ରସ ଲଗାଇଲେ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ମିଳେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ କେମିତି ବ୍ୟବହାର କରିବେ ତାହା ଜାଣିବା ଜରୁରୀ ।

ପିଆଜ ରସର ଉପକାରିତା

ସୁସ୍ଥ କେଶ ପାଇଁ ମହୁ ମଧ୍ୟ ବହୁତ ଦରକାରୀ । ଅଧା କପ୍ ପିଆଜ ରସରେ ୩ ଚାମଚ ମହୁ ମିଶାଇ ଭଲରେ ମିଶାଇ ଦିଅନ୍ତୁ । ଏହାକୁ କେଶମୂଳରେ ଲଗାନ୍ତୁ । ଏପରି କରିବାଳ ଦ୍ୱାରା କେଶ ବଢିବା ସହ କେଶକୁ ଆବଶ୍ୟକ ପୋଷଣ ମଧ୍ୟ ମିଳିଥାଏ ।

ପିଆଜ ରସ ସହ ନଡିଆ ତେଲକୁ ମିଶାଇ କେଶରେ ଲଗାଇଲେ କେଶ ଘନ ହୋଇଥାଏ । ଅଳ୍ପ ଉଷୁମ ନଡିଆ ତେଲ ସହ ପିଆଜ ରସ ମିଶାଇ କେଶମୂଳରେ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶରେ ଚମକ ଆସିଯିବ ।

ସୁନ୍ଦର ଓ ମଜଭୂତ କେଶ ପାଇଁ ପ୍ରଥମେ କେଶ ମୂଳରେ ପିଆଜ ରସକୁ ମାଲିସ କରନ୍ତୁ । ଏକ ଘଣ୍ଟା ପରେ ସାମ୍ପୋରେ ମୁଣ୍ଡ ଧୋଇ ନିଅନ୍ତୁ । ଏପରି କଲେ କେଶ ଘନ ଦେଖାଯାଏ ।

ପିଆଜ ରସକୁ ଆପଣ ମେହେନ୍ଦୀ ସହ ମଧ୍ୟ ବ୍ୟହାର କରିପାରିବେ । କେଶରେ ମହେନ୍ଦୀ ଲଗାଇବା ବେଳେ ପିଆଜ ରସ ମିଶାଇ ଲଗାନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଜାଣିପାରିବେ ପିଆଜ କେଶ ପାଇଁ କେତେେ ଉପକାରୀ ।

କିଛି ନ ମିଶାଇ ପିଆଜ ରସକୁ ବ୍ୟବହାର କରିପାରିବେ । ପିଆଜ ରସକୁ କେଶରେ ମାଲିସ କରି ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଭଲଭାବରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏପରି କଲେ କେଶ ଫାଟିବାକୁ ମୁକ୍ତି ମିଳେ ।

ପଢନ୍ତୁ ;

ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ଆସନ୍ତୁ ଜାଣିବା

Related posts

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ