ଆକାଶ ଛୁଆଁ ପିଆଜ ଦର, ଗ୍ରାହକ ଚିନ୍ତାରେ

Cc8f810fdbe471abd5904382164f9e92

ପିଆଜ ହାଟରେ ତାତି।  ପ୍ରଥମେ ପିଆଜକୁ ​‌ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି।  କାରଣ ପିଆଜ ଦର ଏବେ ଆକାଶ ଛୁଆଁ ହେଲାଣି। ସପ୍ତାହକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ, ଏବେ ୪୦ରେ ପହଁଚିଛି । ବଜାରକୁ ଭଲ ପିଆଜ ଆସୁନି, ତଥାପି ଦର ଅଧିକ ରହିଛି ।ରାତି ପାହିଲେ ଦର ବଦଳୁଛି । କେବେ ଦୁଇ ଟଙ୍କା ତ ଆଉ କେବେ ୩ଟଙ୍କା । ସପ୍ତାହ ଭିତରେ ୧୦ରୁ ୧୫ ଟଙ୍କା ବଢିଲାଣି । ରାଜଧାନୀ ଭୁବନେଶ୍ୱରରେ  ପିଆଜ କିଲୋ ପିଛା ୩୦ ଟଙ୍କା ଥିବା ବେଳେ କେନ୍ଦ୍ରାପଡାରେ ୩୫, ସମ୍ବଲପୁରରେ ୩୫ ଏବଂ ବାଲେଶ୍ୱରରେ ୪୦ ଟଙ୍କାରେ ବିକ୍ରି ହେଉଛି ।

ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୭୦ ପ୍ରତିଶତ ପିଆଜ ପଠାଉଥିବା ନାସିକରେ ବନ୍ୟା ସ୍ଥିତି । ପିଆଜ ଚାଷ ନଷ୍ଟ ହୋଇଯାଇଛି । ରାସ୍ତାଘାଟ ଅବସ୍ଥା ସୁଧୁରିନଥିବାରୁ ପିଆଜ ରପ୍ତାନୀ ବି ହୋଇପାରୁନି । ଏପରିକି ଖୋଦ୍ ନାସିକରେ ପିଆଜ କିଲୋ ୨୨ରୁ ୨୪ ଟଙ୍କାରେ ବିକ୍ରି ହେଉଛି । ଆଉ ଓଡିଶା ଆସିବା ବେଳକୁ ଦାମ ଆଉ ୧୦ ଟଙ୍କା ବଢିବା ସ୍ୱାଭାବିକ । ରାଜ୍ୟରେ ପିଆଜ ଦର ବୃଦ୍ଧି ଆହୁରି ୧୫ ଦିନ ଲାଗି ରହିବ ।

ପଢନ୍ତୁ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ

Related posts

ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ

ଘଣ୍ଟାକ ବର୍ଷାରେ ଉବୁଟୁବୁ ରାଜଧାନୀ

ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି