ପୁଣି ସଙ୍କଟରେ ‘ପଦ୍ମାବତ୍‌’

ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’କୁ ହରିୟାଣାରେ ମଧ୍ୟ ନିଷିଦ୍ଧ କରାଗଲା। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ପରେ ଏବେ ହରିୟାଣା ସରକାର ଏହି ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ବାରଣ କରିଛନ୍ତି। ମଙ୍ଗଳବାର ହରିୟାଣା କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଫିଲ୍ମ ଜାନୁଆରୀ ୨୫ରେ ବଡ଼ ପରଦାକୁ ଆସିବ ବୋଲି ଜଣାପଡିଛି ।  ଫିଲ୍ମ ତିନୋଟି ଭାଷା ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ।  ଦୀପିକା ପାଦୁକୋଣ ଓ ରଣବୀର ସିଂହ ମଧ୍ୟ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ନିର୍ମାତା ନୂତନ ଟାଇଟଲ ସହିତ ପୋଷ୍ଟର ମଧ୍ୟ ଜାରି କରିଛନ୍ତି।  ସେନସର ୫ଟି ପରିବର୍ତ୍ତନ ସହ ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍ ଦେଇଛନ୍ତି। ଏହି ସାର୍ଟିଫିକେଟ୍ ମିଳୁଥିବା ଫିଲ୍ମକୁ ନାବାଳକ ପିଲାମାନେ ଏକୁଟିଆ ଦେଖି ପାରିବେ ନାହିଁ।

ଅକ୍ଷୟ କୁମାରଙ୍କ ପ୍ୟାଡମ୍ୟାନ ସହିତ ହେବ ଟକ୍କର ପଦ୍ମାବତ ଯେଉଁ ଦିନ ରିଲିଜ୍ ହେଉଛି ସେହି ଦିନ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ ମଧ୍ୟ ରିଲିଜ୍ ହେଉଛି।  ଏହି ଫିଲ୍ମ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ।  ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ପଦ୍ମାବତ କାରଣରୁ ଏହି ଫିଲ୍ମର ରିଲିଜ ଆଗକୁ ଘୁଞ୍ଚାଯିବ। ମାତ୍ର ନିର୍ମାତା ପ୍ରଥମରୁ ହିଁ ନିର୍ଦ୍ଧାରିତ ତାରିଖରେ ଫିଲ୍ମକୁ ରିଲିଜ୍ କରାଇବାକୁ ପ୍ରସ୍ତୁତ ଅଛନ୍ତି।

ଜାନୁଆରି ୨୫ ତାରିଖ ଦିନ ‘ପଦ୍ମାବତ’ ରିଲିଜ୍‌ ସମ୍ବନ୍ଧରେ  ଆହ୍ଲାବାଦ ହାଇକୋର୍ଟ ସିବିଏଫ୍‌ସି ଅଧ୍ୟକ୍ଷ ପ୍ରସୂନ ଜୋଷୀଙ୍କୁ ଅଦାଲତ ଅବମାନନା ନୋଟିସଜ ଜାରି କରିଛନ୍ତି।ଅଦାଲଦ ଅବମାନନା ନୋଟିସ୍‌ର ଜବାବ ଦାଖଲ କରିବାକୁ ଅଦାଲତର ଲକ୍ଷ୍ନୌ ଖଣ୍ଡପୀଠ ଜୋଷୀଙ୍କୁ ତିନି ସପ୍ତାହା ସମୟ ଦେଇଛନ୍ତି।
ଫେବ୍ରୁଆରି ୧୨ ତାରିଖ ଦିନ ଆରମ୍ଭ ହେଉଥିବା ସପ୍ତାହରେ ଏ ମାମଲା ବିଷୟରେ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।

କାମ୍‌ତା ପ୍ରସାଦ ସିଂହଲ ଦାଏର କରିଥିବା ଏକ ଜନସ୍ୱାର୍ଥ ମାମଲା ଆଧାରରେ ଜଷ୍ଟିସ୍‌ ମହେନ୍ଦ୍ର ଦୟାଲ୍‌ଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ରଟି ସତୀଦାହ ପ୍ରଥାର ପ୍ରଚାର କରୁଥିବାରୁ ଏହାର ରିଲିଜ୍‌ ନିଷିଦ୍ଧ କରାଯାଉ ବୋଲି ସେ ପୂର୍ବରୁ ମଧ୍ୟ ଜନସ୍ୱାର୍ଥମାମଲା ଦାଏର କରିଥିଲେ। ସତୀଦାହ ପ୍ରଥା ଏକ ଅପରାଧ।

୨୦୧୭ ନଭେମ୍ବର ୯ ତାରିଖ ଦିନ ତାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି ତାହାକୁ ଖାରଜ କରିଥିଲେ ଅଦାଲତ। ଏଥିସହ ଅଦାଲତ ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଥିଲେ କି, ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍‌ମ୍‌ ସାର୍ଟିଫିକେସନ୍‌ରେ ସେ ତାଙ୍କର କ୍ଷୋଭ ଉପସ୍ଥାପନ କରି ପାରିବେ।

ସେହି ଅନୁସାରେ ସେ ନଭେମ୍ବର ୧୩ ତାରିଖ ଦିନ ବୋର୍ଡର ଅଧ୍ୟକ୍ଷଙ୍କ ଆଗରେ ମାମଲା ଉପସ୍ଥାପନ କରିଥିଲେ। କିନ୍ତୁ, ଯୋଷୀ ଏ ଯାଏ ତା’ର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଅଦାଲତ ଦେଇଥିବା ତିନି ସପ୍ତାହ ସମୟ ମଧ୍ୟ ସରିଯାଇଛି।

ଫଳତଃ, ହାଇକୋର୍ଟ ଜୋଷୀଙ୍କୁ ଅଦାଲତ ଅବମାନନା ନୋଟିସ୍‌ ଦେଇଛି।

ପଢନ୍ତୁ ;

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘