ବିଏସ୍‌ଏଫ୍‌ ଧ୍ୱଂସ କଲା ପାକ୍‌ ସେନାର ଅସ୍ତ୍ରଭଣ୍ଡାର

ସୀମାରେ ଅସ୍ତ୍ରବରିତ ଉଲ୍ଲଂଘନ ପାଇଁ ପାକିସ୍ତାନକୁ ମିଳିଛି ମୁହଁତୋଡ ଜବାବ । ଭାରତୀୟ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ଦେଇଛି ବିଏସଏଫ । ବିଏସଏଫର ମୋର୍ଟାର ମାଡରେ ପାକିସ୍ତାନ ସେନାର ଅସ୍ତ୍ରଶସ୍ତ୍ର ଭଣ୍ଡାର, ସୈନ୍ୟ ଛାଉଣୀ ଓ ତେଲ ଡିପୋ ଧ୍ୱଂସ ହୋଇଛି ।

ପାକିସ୍ତାନର ଏପରି ଔଦ୍ଧତ୍ୟ ପାଇଁ ଗତ ରବିବାର ସନ୍ଧ୍ୟାରୁ ଜମ୍ମୁ କଶ୍ମୀରର ଦୀର୍ଘ ୧୯୦ କିମିର ଅନ୍ତର୍ଜାତୀୟ ସୀମା ନିକଟରେ ସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି। ପାକ୍‌ ରେଞ୍ଜର୍ସମାନେ ସମଗ୍ର ସୀମାରେ ଗୁଳିମାଡ଼ ଚଳାଇଛନ୍ତି। ତେବେ ତାହାକୁ ଦୃଷ୍ଟିରେ ରଖି ବିଏସଏଫ୍‌ ଯବାନମାନେ ପାକ୍‌ ଶିବିରଗୁଡ଼ିକୁ ନିଶାଣ କରି ମୋର୍ଟାର ମାଡ଼ ଜାରି ରଖିଛନ୍ତି। ଏଥିରେ ପାକ୍‌ ରେଞ୍ଜର୍ସଙ୍କର ଅନେକ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଧ୍ୱସ୍ତ ହୋଇଯିବା ସହ ଇନ୍ଧନ ଭଣ୍ଡାରଗୁଡ଼ିକୁ ମଧ୍ୟ ଛାରଖାର ହୋଇଯାଇଥିବା ଖବର ମିଳିଛି। ଗତ ୧୯ ତାରିଖ ପରଠାରୁ ବିଏସ୍‌ଏଫ୍‌ ଯବାନମାନେ ପାଖାପାଖି ୯୦୦୦ ରାଉଣ୍ଡ୍‌ ଗୋଳାମାଡ଼ କରିଥିବା ଜଣାଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଆହୁରି ୩ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।

ସୂଚନା ମୁତାବକ, ପାକିସ୍ତାନ ସେନାର ଗୁଳିମାଡରେ ବର୍ତ୍ତମାନ ସୁଦ୍ଧା ୩ ଯବାନ ସହିଦ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଭାରତର ୧୯ ଟି ସେକ୍ଟର ନିକଟ ୧୨୦ଟି ଗାଁ ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଗମ୍ଭୀର ପ୍ରଭାବିତ ହୋଇଛି ।  ବିନା କାରଣରେ ପାକିସ୍ତାନର ଗୁଳି ମାଡ ଯୋଗୁଁ ସୀମାବର୍ତି ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଛି । ସେହିପରି ପ୍ରାୟ ୮୦ ହଜାର ଲୋକ ଗାଁ ଛାଡି ସରକାରୀ ଆଶ୍ରୟସ୍ଥଳୀ କିମ୍ବା ସଂର୍ପକୀୟଙ୍କୁ ଘରେ ଅଛନ୍ତି ।

ପଢନ୍ତୁ ;

ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

Related posts

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼