‘ମିଷ୍ଟର କହ୍ନେୟା’ ଜରିଆରେ ପରଦାକୁ ଫେରିଲେ ପପୁ ପମ୍‌ପମ୍

Untitled 1

ଦେଢ଼ ବର୍ଷ ପରେ ପୁଣି ରୂପେଲି ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ପମ୍। କିଛି ଦିନ ପରେ ତାଙ୍କ ଅଭିନୀତ ଓଲିଉଡ୍‌ ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନେୟା’ ପରଦାକୁ ଆସିବ। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍‌ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ରଥଯାତ୍ରାରେ ସେ ନିଜ ନିର୍ଦେଶିତ ‘ଚିର୍କୁଟ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ସେ ପୁଣି ଅଭିନୟକୁ ଫେରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ନାୟିକା ହୋଇଛନ୍ତି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଂଗୀତରେ ସଜାଇଛନ୍ତି ବୈଦନାଥ ଦାଶ।

ସୂଚନାଯୋଗ୍ୟ,  ‘ସୁନ୍ଦରଗଡ଼ର ସଲମାନ୍ ଖାନ’ ଚଳଚ୍ଚିତ୍ର ସୁଟିଂ ଶେଷ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରୀକ୍ଷାରୁ ସେ ଯକୃତ ରୋଗରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ଦିଲ୍ଲୀରେ ଚିକିତ୍ସିତ  ହୋଇଥିଲେ। ପୂର୍ବରୁ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ତେବେ ପପୁଙ୍କର କମେଡି ପାଇଁ ସେ ଓଲିଉଡରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ପାପୁଙ୍କର କମବ୍ୟାକ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର।
ପଢନ୍ତୁ: ଭୁବନେଶ୍ୱରରେ ସାଇକୋ କିଲର୍‌ ଆତଙ୍କ

Related posts

ହେଲ୍‌ମେଟ୍‌ ପିନ୍ଧିଥିବାରୁ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ୍‌ ଷ୍ଟାର୍‌ ସିଦ୍ଧାର୍ଥ ମଲହୋତ୍ରା

ଲତା ମଙ୍ଗେସକରଙ୍କୁ ୯୦ ତମ ଜନ୍ମ ଦିବସରେ ଉପହାର ଦେବେ ମୋଦି

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବାକୁ ନେଇ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଦାୟୀ କଲେ ଲୋକେ

1 Comment

ପାକିସ୍ତାନୀଙ୍କୁ କଡା ଜବାବ ଦେଲେ ଅଦ୍‌ନାନ୍‌ ସାମି August 16, 2019 - 2:30 pm

[…] ‘ମିଷ୍ଟର କହ୍ନେୟା’ ଜରିଆରେ ପରଦାକୁ ଫେରିଲ… […]

Add Comment