ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ପାନକ୍ରିୟାସ ରୋଗରେ ପୀଡିତ ଓଡିଆ ଚଳଚିତ୍ର ଜଗତର ହାସ୍ୟ କଳାକାର ତତ୍ତ୍ଵ ପ୍ରକାଶ ଶତପଥି ଓରଫ ପପୁ ପମପମ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କର ଏବେ ନୂଆଦିଲ୍ଲୀ ସ୍ଥିତ ଏମସ ଆଇସିୟୁରେ ଚିକିତ୍ସା ଚାଲିଛି।

କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପପୁଙ୍କ ଅବସ୍ଥାକୁ ନେଇ ଟିପ୍ପଣି କରୁଛନ୍ତି। ଏପରିକି ପପୁଙ୍କ ମୃତ୍ୟୁ ହୋଇଥିବା ଗୁଜବ ମଧ୍ୟ ବହୁଳ ଭାବେ ପ୍ରସାରିତ କରାଯାଇଥିଲା। ଯାହାକୁ ପପୁଙ୍କ ସ୍ତ୍ରୀ ସଙ୍ଗୀତା ବିରକ୍ତି ପ୍ରକାଶ କରିବା ସହ ଏଭଳି ଗୁଜବ ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ,କିଛିଦିନ ତଳେ ପପୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଛି। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପପୁଙ୍କ ଘର ମୟୁରଭଞ୍ଜର ଜିଲ୍ଲା କପ୍ତିପଦା ଅଞ୍ଚଳରେ। ତେଣୁ ତାଙ୍କୁ ନେଇ ମୟୁରଭଞ୍ଜବାସୀ ଗର୍ବ କରନ୍ତି। ପପୁ ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ସମଗ୍ର ମୟୁରଭଞ୍ଜ ଜିଲ୍ଲାର କଳାକାରମାନେ ବ୍ୟାଥିତ ହୋଇଛନ୍ତି।

ପଢନ୍ତୁ; ହାଇଦ୍ରାବାଦକୁ ୧୪ରନ୍ ରେ ହରାଇଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର!

Related posts

କାଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳଙ୍କୁ ଏୟାରପୋର୍ଟରୁ ଫେରାଇଲା ପ୍ରଶାସନ

ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ