ପୁରୀ ମେଡିକାଲରେ ବିପର୍ଜ୍ୟସ୍ଥ ସ୍ବାସ୍ଥ୍ୟସେବା: ନିଜ ସାଲାଇନ ନିଜେ ଧରିଲେ ରୋଗୀ

Untitled 1

ରାଜ୍ୟରେ ସ୍ୱାସ୍ଥ୍ୟ ସେବା  ବିପର୍ଜ୍ୟସ୍ଥ। ଏହା ମିଛ ନୁହେଁ ସତ। ପ୍ରତିଦିନ ଡାକ୍ତରଙ୍କ ଅଭାବରୁ ହେଉ ଅବା ସ୍ଵାସ୍ଥ୍ୟକର୍ମୀଙ୍କ ଅନୁପସ୍ଥିତି ପାଇଁ ହେଉ ଶହ ଶହ ଲୋକଙ୍କର ଜୀବନ ଆକାଳରେ ଚାଲିଯାଉଛି। ହସ୍ପିଟାଲ ବେଡ୍‌ ପାଖରେ ନାହିଁ ସାଲାଇନ୍‌ ଷ୍ଟାଣ୍ଡ ନିଜ ହାତରେ ସାଲାଇନ୍‌ ବୋତଲ ଧରିଲେ ରୋଗୀ। ରାତି ସାରା ଏମିତି ଚାଲିଲା ରୋଗୀ ସେବା। ଘଟଣା କୌଣସି ଉପାନ୍ତ ଅଞ୍ଚଳ ହସ୍ପିଟାଲର ନୁହେଁ। ପୁରୀ ଜିଲ୍ଲା ସଦର ହସ୍ପିଟାଲର ଘଟଣା।

 

ମାଟି ମଣ୍ଡପ ସାହିରେ ରହୁଥିବା ବୀରବଳଭଦ୍ରପୁର ଗାଁର ଦିଲ୍ଲୀପ କୁମାର ବାରିକ  ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିସିନ୍‌ ଓ୍ଵାର୍ଡରେ ଆରମ୍ଭ ହୋଇଥିଲା ତାଙ୍କର ଚିକିତ୍ସା। ତେବେ ବେଡ୍‌ ପାଖରେ ସାଲାଇନ୍‌ ଷ୍ଟାଣ୍ଡ ନଥିବାରୁ ଡ୍ୟୁଟିରେ ଥିବା ନର୍ସ ସାଲାଇନ୍‌ ବୋତଲକୁ ରୋଗୀଙ୍କ ହାତରେ ଧରାଇ ଦେଇଥିଲେ। ତେବେ ଏନେଇ ସିଡିଏମ୍‌ କିମ୍ବା ଏଡିଏମ୍‌ଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ପଢନ୍ତୁ: ଚିକେନ୍‌ ଓ ଅଣ୍ଡାକୁ ନିରାମିଷ ଘୋଷଣା କରିବାକୁ ରାଜ୍ୟସଭାରେ ଦାବି

Related posts

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ

ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ୍ୟ ଚଲାଇବେ ସରକାରୀ ଗାଡି