ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ

ସୁଖ ଶାନ୍ତିରେ ରହିବ ପାଇଁ ପଇସାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ପଇସା ଥିଲେ ଆପଣ ପ୍ରାୟ ସବୁ ଖୁସି ପାଇପାରିବେ । ମାତ୍ର ବେଳେ ଯେତେ ରୋଜଗାର କଲେ ବି ଆପଣ ତା ବିନିମୟରେ ସୁଖ କିଣିପାରନ୍ତି ନାହିଁ । ଘରେ ସବୁବେଳେ ଅଶାନ୍ତି ଲାଗିରହେ । ଅପଙ୍କ ଠାରୁ କମ ରୋଜଗାର କରୁଥିବା ଆପଣଙ୍କ ପଡୋଶୀ ଆପଣଙ୍କ ଠାରୁ ବେଶୀ ସୁଖ ଶାନ୍ତିରେ ରହୁଥିବେ । ଏପରି କାହିଁକି ହେଉଛି , ଏ ନେଇ ଆପଣଙ୍କ ମନରେ ବହୁତ ପ୍ରଶ୍ନ ଉଠୁଥିବ । କୁହାଯାଏ ଏସବୁ ବାସ୍ତୁଦୋଷର କୁପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ ଘରର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ।

  • ଘରର କବାଟ ଯଦି ଖୋଲିବା ବେଳେ ଶବ୍ଦ କରିଥାଏ, ଚଟଣାରେ ଘଷି ହୋଇ ଖୋଲୁଥାଏ ବାସ୍ତୁବିଜ୍ଞାନ ଅନୁସାରେ ଧ୍ୱନିୱେଦ ବୋଲି କୁହାଯାଇଥାଏ। ଏହି କାରଣରୁ ଘରକୁ ବିଭିନ୍ନ ସମସ୍ୟା ଆସିଥାଏ। ଟଙ୍କା ପଇସାର ଅଭାବ ଲାଗି ରହିଥାଏ ଓ ଘର ଲୋକେ ସବୁବେଳେ ଅସୁସ୍ଥ ରହିଥାନ୍ତି।
  • ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ପାଣି ଟାଙ୍କି ଉତ୍ତର ଦିଗରେ ରଖିବା ଅନୁଚିତ। ଏହା ଦ୍ୱାରା ଘରକୁ ବିଭିନ୍ନ ସମସ୍ୟା ଆସିଥାଏ।

  • ଅନେକ ଲୋକ ବାହାରେ ପାଣି ଟ୍ୟାପ୍‌ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦୋଷପୂର୍ଣ୍ଣ । ଏଭଳି ପରିବାରର ସନ୍ତାନମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ।
  • ଘରର ମୁଖ୍ୟ ଦ୍ୱାର ନିକଟରେ ବିଜୁଳି ଖୁଣ୍ଟ ରହିଲେ ଘରର କ୍ଷତି ହୋଇଥାଏ। ଏହା ପରିବାରରେ ମତଭେଦ ସୃଷ୍ଟି କରିଥାଏ। ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।

ପଢନ୍ତୁ, ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

Related posts

ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି