ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର : ନିର୍ବାଚନରେ ମୋଦୀଙ୍କ ପାଇଁ ହୋଇପାରେ ସମସ୍ୟା

ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଲା ନିଆଁ । ନୂଆବର୍ଷ ଆରମ୍ଭରୁ ହିଁ ଦେଶରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ଲିଟର ପିଛା ୭୦ ଧରିଲାଣି । ଏହାପଛର ମୁଖ୍ୟ କାରଣ ହେଉଛି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି । ଏବେ ଗ୍ଳୋବାଲ ମାର୍କେଟରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୦ ଡଲାରରେ ପହଞ୍ଚିଲାଣି । ଯଦି ଏହିଭଳି ଭାବେ ଆଶୋଧିତ ତୈଳର ମୂଲ୍ୟବୃଦ୍ଧି ହୁଏ ତେବେ ଖୁବଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିବ । ଯାହାର ପ୍ରଭାବ ସିଧାସଳଖ ଭାରତ ଉପରେ ମଧ୍ୟ ପଡିବ । ଏହାଦ୍ୱାରା ଡିଜେଲ ଓ ପେଟ୍ରୋଲର ମୂଲ୍ୟ ଲିଟର ପ୍ରତି ୧୦୦ ଟଙ୍କା ପାର କରିବ ।

ଭାରତୀୟ ରାଜନୀତିରେ ଅଶୋଧିତ ତୈଳ ଏକ ଗେମଚେଞ୍ଜର ଭୂମିକା ନିର୍ବାହ କରିଛି । ଏପରିକି ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁଁ କଂଗ୍ରେସକୁ ଶାସନଗାଦି ମଧ୍ୟ ହରାଇବାକୁ ପଡିଛି । କାରଣ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ନ୍ତଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲର ଦର ଦେଶର ଅଧିକାଂଶ ସ୍ଥାନରେ ୭୫ ପାର କରିଯାଇଥିଲା ।

ପେଟ୍ରୋଲ ଡିଜେଲ ଦରରେ ଏଭଳି ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡୁଥିଲା । ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ନିର୍ବାଚନରେ କଂଗ୍ରେସର ବିଜୟ ରଥକୁ ଅଟକାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଏହାର ଭରପୂର ଫାଇଦା ଉଠାଇଥିଲା ବିଜେପି । କଂଗ୍ରେସ ସରକାର ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଏହାକୁ ମୁଦ୍ଦା କରି ବିଜେପି ସାଧାରଣ ଲୋକଙ୍କ ଭୋଟ ହାତେଇବା ସହ ଏକାକୀ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲା ।

ବିଶ୍ୱ ବାଣିଜ୍ୟ ସ୍ତରରେ ୨୦୧୨ରୁ ୨୦୧୭ ପର୍ୟ୍ୟନ୍ତ ଅଶୋଧିତ ତୈଳର ଯାତ୍ରା ଦେଶର ରାଜାନୀତିରେ ଏକ ନାଟକୀୟ ମୋଡ଼ ଆଣିଥିଲା । କେବେଳ ପେଟ୍ରୋଲ ଦରଦାମ ବଢ଼ିବା ସମସ୍ୟାକୁ ନେଇ କଂଗ୍ରସ ସରକାରକୁ ୨୦୧୪ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା ।

ସେହପରି ୨୦୧୪ ପରେ ପେଟ୍ରୋଲ ଓ ଡିଜେଲ ଦରଦାମ କମିବା ମୋଦ ସରକାରଙ୍କ ପାଇଁ ବରଦାନ ପାଲଟିଥିଲା । କିନ୍ତୁ ଏବେ ପୁଣି ହୁ ହୁ ହୋଇ ବଢ଼ୁଥିବା ଅଶୋଧିତ ତୈଳର ଦର ଦାମ ୨୦୧୯ରେ ମୋଦୀଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିପାରେ ବୋଳି ଆକଳନ କରାଯାଉଛି ।

ପଢନ୍ତୁ ;

ନୀଳ ରଙ୍ଗରେ କେବଳ ଆପଣଙ୍କ ପୋଷାକ ଚମକି ନଥାଏ ,ଏହାମଧ୍ୟ ଆପଣଙ୍କ ଭବିଷ୍ୟତକୁ ବଦଳାଇ ଥାଏ, ଜାଣନ୍ତୁ କିପରି ?

Related posts

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ