ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଦୁଇବର୍ଷ ମଧ୍ୟରେ ଏହା ସାର୍ବାଧିକ ସ୍ତର ଛୁଇନ ବ୍ୟାରେଲ ପିଛା ୬୩.୫୨ ଡଲାରରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିରେ ବଡ଼ଦିନ ସୁଦ୍ଧା ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଯିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଏହାର ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି ।

ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏଭଳି ଭାବେ ବୃଦ୍ଧି ପାଇବ ତେବେ ଦେଶ ଭିତରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ । ଭୁବନେଶ୍ୱରରେ ଏବେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ୬୮ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ମୂଲ୍ୟ ୬୨ ଟଙ୍କା ୫୨ ପଇସା ରହିଛି । ସାଉଦି ଆରବ ଏବଂ କିଛି ପଡ଼ୋଶୀ ରାଷ୍ଟ୍ର ଭିତରେ ସମ୍ପର୍କ ଭଲ ନାହିଁ । ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାର ଉପରେ ପଡ଼ିବା ପରେ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୦ ଡଲାର ଟପିଯାଇଥିଲା । ଏହା ପରଠାରୁ ଦର କିନ୍ତୁ କ୍ରମାଗତ ଭାବେ ବଢ଼ିଚାଲିଛି ।

ବ୍ୟବସାୟୀଙ୍କ କହିବା ଅନୁଯାଇ ବର୍ତ୍ତମାନ ପରିପ୍ରେକ୍ଷୀରେ ଅଶୋଧିତ ତୈଳ ଦର ବଢିବା ପାଇଁ ଅନେକ କାରଣ ରହିଛି । ଆନ୍ତର୍ଜାତୀୟ ତୈଳ ବଜାରରେ ସୁସଂଗତି ଆଣିବା ଲାଗି ନିକଟରେ ଓପେକ (ତୈଳ ରପ୍ତାନିକାରୀ ରାଷ୍ଟ୍ର ସଂଗଠନ ) ରାଷ୍ଟ୍ର ପକ୍ଷରୁ ଯୋଗାଣ କାଟ ନେଇ ନିସ୍ପତି ହେଇଛି । ଏହାଫଳରେ କିଛି ସପ୍ତାହ ହେଲା ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ସାଉଡି ଆରବରେ ଏବେ ପ୍ରତିକୂଳ ପରିସ୍ଥିତି ଜାରି ରହିଛି । ଏହିସବୁ କାରଣରୁ ୨୦୧୫ ପରଠାରୁ ତୈଳ ଦର ସର୍ବୋଚ୍ଚ ସ୍ତର ଛୁଇଁଚି ।

ପଢନ୍ତୁ, ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

Related posts

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

ରହସ୍ୟମୟୀ ଅନୁଗୁଳ ଡାକ୍ତରଖାନା, ପୁଣି ଶବରୁ ଆଖି ଗାୟବ

ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବ ଚନ୍ଦ୍ରଯାନ-୨