ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ

ଅନେକ ଲୋକ ନିଜ ଗୃହର ସାଜସଜାକୁ ନେଇ ଖୁବ ଉତ୍ସାହିତ ରୁହନ୍ତି । ସବୁବେଳେ କିଛି ନା କିଛି କିଣାକିଣି କରନ୍ତି ଗୃହାସଜା ଜିନିଷ । ଆଉ କିଛି ଲୋକଙ୍କ ଗୃହରେ ଅନେକ ପ୍ରକାର ଫଟୋ ଦେଖିବାକୁ ମିଳେ ଯାହାକି ସେମାନେ ଘର ସଜାଇବା ପାଇଁ ଲାଗନ୍ତି । ଫଟୋ ଲଗାଇବା ସୌକ ତ ଅନେକଙ୍କର ଥାଏ, ମାତ୍ର ସାବଧାନ ରୁହନ୍ତୁ, କିଛି ଫଟୋ ଘରେ ରଖିବା ଦ୍ଵାରା ଆପଣଙ୍କ ଘରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଘରେ ଝଗଡା ବଢିପାରେ , ସମ୍ପର୍କ ଭାଙ୍ଗି ପାରେ , ଦୁଃଖ ମଧ୍ୟ ଘରେ ଚିରସ୍ଥାୟୀ ହୋଇପାରେ ।  ତେବେ ଆସନ୍ତୁ ଜାଣିବା ଏହିସବୁ ଫଟୋ ବା ଚିତ୍ର ବିଷୟରେ ।

ମହାଭାରତ ଛବି :- ଅନେକ ଲୋକଙ୍କ ଘରେ ମହାଭାରତର ଫଟୋ ଦେଖିବାକୁ ମିଳେ ।  ଘରେ ମହାଭାରତ ସମ୍ୱନ୍ଧୀୟ କୌଣସି ଛବି ରଖନ୍ତୁ ନାହିଁ। ନହେଲେ ଘରେ କଳିଝଗଡ଼ା ଲାଗିରହିବ। ଘରେ ସୁଖଶାନ୍ତି ଚାହୁଁଥିଲେ ଏଭଳି ଫଟୋ ବା ଚିତ୍ର ଲଗାଇବାରୁ ନିବୃତ୍ତ ରୁହନ୍ତୁ।

ଜଙ୍ଗଲୀ ହିଂସ୍ର ଜୀବଜନ୍ତୁ :- ଘରେ କୌଣସି ପ୍ରକାର ଜଙ୍ଗଲୀ ଜୀବଙ୍କ ଛବି ବା ଶୋ ପିସ୍ ଘରେ ରଖନ୍ତୁ ନାହିଁ। ଏହା ପରିବାରର ସଦ୍ୟସଙ୍କ ସ୍ୱଭାବ ଓ ଆଚରଣ ଉପରେ ପ୍ରଭାବ ପକାଇଥାଏ। ଘରର ସଦସ୍ୟଙ୍କ ପ୍ରକୃତିକୁ  ହିଂସାତ୍ମକ କରାଇଥାଏ।

କ୍ରନ୍ଦନରତ ନାରୀ :- କୌଣସି ନାରୀ ଦୁଃଖରେ ବସିଥିବ ବା କାନ୍ଦୁଥିବା ଫଟୋ ଘରେ ଲଗାନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରେ ଦୁଃଖ ଚିରସ୍ଥାୟୀ ହୋଇ ରହିବା । ଯେତେ ଚେଷ୍ଟା କଲେ ବି ଘରେ ଦୁଃଖ ଓ ଶୋକର ପରିବେଶ ରହିବ ।

ବୁଡ଼ିଯାଉଥିବା ଡଙ୍ଗା :- ଏପରି ଛବିକୁ ଘରେ ରଖନ୍ତୁ ନାହିଁ। ବୁଡ଼ି ଯାଉଥିବା ଡଙ୍ଗା ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ବିଗଡ଼ିଥାଏ ଓ ଘରେ ସର୍ବଦା ନକରାତ୍ମକ ଶକ୍ତି ବୃଦ୍ଧି କରେ । ଏଥିପାଇଁ ଘରେ ଏପରି କୌଣସି ଜିନିଷ ରଖନ୍ତୁ ନାହିଁ।

ଏଣୁ ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏଭଳି ଫଟୋ ବା ସୋ ପିସ ଘରକୁ ଆଣନ୍ତୁ ନାହିଁ , ଯଦି ପୂର୍ବରୁ ଥାଏ ତେବେ ବର୍ତ୍ତମାନ ହିଁ ଘରୁ ବାହାର କରି ଦିଅନ୍ତୁ ।

ପଢନ୍ତୁ, ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

Related posts

ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ