ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ “ପିଲାଟା ବିଗିଡିଗଲା”

ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ସୁପରହିଟ ଚଳଚ୍ଚିତ୍ର   ପିଲାଟା ବିଗିଡିଗଲା ଗତ ନଭେମ୍ବର ୧୭ ରେ ଆବୁଧାବିରେ ଧୁମ ମଚେଇଛି । ଆବୁଧାବିର ଇଣ୍ଡିଆନ ଏମ୍ବାସୀ ଅଡିଟୋରିୟମରେ ପ୍ରଦଶିତ ହେଇଥିଲା ଏହି ଚଳଚ୍ଚିତ୍ର ।

ଅର୍ଚ୍ଚିତାଙ୍କ ଏହି ନିଆରା ପ୍ରୟାସ ସେଠାକାର ପ୍ରବାସୀ ଓଡିଆମାନଙ୍କ ମନରେ ଉତ୍ସାହ ଭରିଦେଇଥିଲା । ଖୁବ ଉପୋଭୋଗ କରିଥିଲେ ସେଠାରେ ଦର୍ଶକ । ସେଠାକାର ଲୋକମାନଙ୍କ ମନରୁ ଓଡିଆ ସିନେମା ଜଗତକୁ ନେଇ ଯେଉଁ ଭାବନା ଥିଲା ତାହା ଦୂର ହେଇଯାଇଥିଲା । ସେମାନେ ଭାବୁଥିଲେ ଯେ ଓଡିଆ ସିନେମା ଜଗତ ସେତେଟା ଉନ୍ନତ ନୁହେଁ, ଏଠାର କଳାକାର, ଟେକ୍ନୋଲୋଜି ଆଦି ସବୁ ପ୍ରତି ସେମାନଙ୍କର ଭାବନା ବଦଳି ଯାଇଛି ।

୨୦୧୫ ଅଗଷ୍ଟ ୧୪ରେ “ପିଲାଟା ବିଗିଡିଗଲା” ସିନେମା ମୁକ୍ତିଲାଭ କରିଥିଲା । ଏଥିରେ ଅର୍ଚ୍ଚିତା, ସବ୍ୟସାଚୀ, ପପୁ ପମ ପମ, ଲିପ୍ସା, ବିଜୟ ମହାନ୍ତି, ଜୀବନ ପଣ୍ଡା ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଅର୍ଚ୍ଚିତାଙ୍କ ସହ ଓଡିଆ ହାସ୍ୟ କଳାକାର ଗୁଡ୍ଡୁ ମଧ୍ୟ ଯୋଗଦେଇ ଷୋ ମଜାକୁ ଦୁଇଗୁଣିତ କରିଥିଲେ ।

ପଢନ୍ତୁ, କୋହଲି ବଡ଼ ସ୍ତରର ଖେଳାଳି ଏବଂ ତାଙ୍କ ପାଇଁ କିଛି ଅସମ୍ଭବ ନୁହେଁ – ରବି ଶାସ୍ତ୍ରୀ

Related posts

ଫିଲ୍ମ ‘ଦଙ୍ଗଲ୍‌’ ଚୀନ୍‌ରେ ନେଲା ଶୀର୍ଷସ୍ଥାନ

ନିର୍ଦ୍ଦେଶକ ରତିକାନ୍ତ ସାହୁଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି