ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନିମନ୍ତେ ମହାରାଷ୍ଟ୍ର ସରକାର ଙ୍କ ନୂଆ ଯୋଜନା

ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନିମନ୍ତେ ଗୁରୁବାର ଦିନ ମହାରାଷ୍ଟ୍ର ସରକାର ଏକ ଯୋଜନା ଉନ୍ମୋଚନ କରିଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ୨୦୧୮ ମାର୍ଚ୍ଚରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମନ୍ତ୍ରାଳୟ ପରିସରକୁ ପ୍ଲାଷ୍ଟିକ ପାଣି ବୋତଲ ମୁକ୍ତ କରାଯିବ ।

ପରିବେଶ ମନ୍ତ୍ରୀ ରାମଦାସ କଦମ ଙ୍କ କହିବା ଅନୁସାରେ, ବର୍ତମାନ ସୁଦ୍ଧା ଦେଶରେ ୬ଟି ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ରହିଛି । ସେମାନଙ୍କର ମଡେଲ୍‌ ଅଧ୍ୟୟନ କରି ବିଚାର ନିମନ୍ତେ କ୍ୟାବିନେଟ୍‌କୁ ଏକ ପ୍ରସ୍ତାବ ଦେବାକୁ ଆମେ ସେଠାକୁ ଏକ ଟିମ୍‌ ପଠାଉଛୁ । ଅନ୍ୟରାଜ୍ୟକୁ ଯାଇ ଟିମ ପ୍ଲାଷ୍ଟିକର ବ୍ୟବହାର ଉପରେ ସମୀକ୍ଷା କରିବେ ।

ଘରୋଇ କାର୍ଯ୍ୟାଳୟରେ ନିଷିଦ୍ଧ କରିବା ପୂର୍ବରୁ ସରକାର ପ୍ରଥମେ ପ୍ଲାଷ୍ଟିକ ପାଣି ବୋତଲ ଓ ପ୍ୟାକେଟ ପାଣିକୁ ମନ୍ତ୍ରାଳୟ ଓ ସରକାରୀ କାର୍ଯ୍ୟାଳୟରେ ନିଷିଦ୍ଧ କରିବେ । ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ପ୍ଲାଷ୍ଟିକ ପାଣି ବୋତଲ ନିଷିଦ୍ଧକୁ ଆମେ ମନ୍ତ୍ରାଳୟରୁ ହିଁ ଆରମ୍ଭ କରିବୁ । ଏହାଦ୍ୱାରା ଆମେ ଅନ୍ୟମାନଙ୍କୁ ଅନୁସରଣ କରିବା ପାଇଁ କହିପାରିବୁ ।

ମନ୍ତ୍ରାଳୟରେ ଅମଳାକର୍ମଚାରୀ ଓ ମନ୍ତ୍ରିମଣ୍ଡଳର ବୈଠକ ପୂର୍ବରୁ ଟେବୁଲ ଉପରେ ପ୍ଲାଷ୍ଟିକ ପାଣି ବୋତଲରେ ପାଣି ରଖାଯାଉଛି । ସେହିଭଳି ମନ୍ତ୍ରାଳୟକୁ ବାହାରୁ ଆସୁଥିବା ଲୋକମାନେ ମଧ୍ୟ ହଜାର ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ନେଇ ପ୍ରବେଶ କରୁଛନ୍ତି ।

ଏପରି ନିଷ୍ପତ୍ତିକୁ ଗ୍ରହଣ କରି ଆବଶ୍ୟକ ପରିବର୍ତ୍ତନ କରିବାକୁ ଆମେ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କୁ ସମୟ ଦେବାକୁ ଆମେ ଆଗତୁରା ଏକଥା ପ୍ରଘଟ କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି । ଉତ୍ପାଦନକାରୀ ସଂସ୍ଥା ଓ ଶିଲ୍ପପତିମାନଙ୍କୁ ମଧ୍ୟ ଏବାବଦରେ ସୂଚନା ଦିଆଯିବ । ପ୍ଲାଷ୍ଟିକର ବ୍ୟବହାର ନିଷିଦ୍ଧ କରାଗଲେ ପରିବେଶ ସୁସ୍ଥ ରହିବ । ମନ୍ତ୍ରୀ କଦମ କହିଛନ୍ତି, ପ୍ଲାଷ୍ଟିକର ବ୍ୟବହାର ସ୍ଥାନରେ ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ ।

ସଚେତନତା ଜାଗ୍ରତ କରାଇବା ଏବଂ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ସରକାର ଜିଲ୍ଲା ଯୋଜନା ଏବଂ ବିକାଶ କମିଟି ଅଧୀନରେ ପାଣ୍ଠି ବ୍ୟବହାର କରିବେ। କପଡ଼ା ଏବଂ ଝୋଟ ବ୍ୟାଗ୍‌କୁ ଉତ୍ସାହିତ କରିବାକୁ ସିଏସ୍‌ଆର୍‌ ଫଣ୍ଡ୍‌ର ବ୍ୟବହାର କରାଯିବ ବୋଲି ସେ ଅଧିକାରୀ ଜଣକ କହିଛନ୍ତି।

‘ଏଆଇପିଏମ୍‌ଏ’ (ଅଲ୍‌ ଇଣ୍ଡିଆ ପ୍ଲାଷ୍ଟିକ୍‌ ମ୍ୟାନୁଫ୍ୟାକ୍‌ଚରର୍ସ ଆସୋସିଏସନ୍‌) ଅନୁସାରେ, ଭାରତରେ ଦୈନିକ ୧୫୦୦ ଟନ୍‌ର ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି। ଏହା ସମୁଦାୟ ଆବର୍ଜନାର ୧୫%।

ପଢନ୍ତୁ, ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ