ଉଦ୍‌ଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଉନ୍ମୋଚିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ୧୮୨ ମିଟର ଉଚ୍ଚର ନିର୍ମିତ ଏହି ପ୍ରତିମୂର୍ତ୍ତିର ଅନାବରଣ ପରେ ବାୟୁସେନାର ତିନି ବିଭାଗ ଉଡ଼ାଣ ହୋଇଛି। । ଏହା ସହ କମଳା, ଧଳା ଓ ସବୁଜ ରଙ୍ଗରେ ଆକାଶରେ ତ୍ରିରଙ୍ଗା ଆଙ୍କିବେ । ପଟେଲଙ୍କ ପ୍ରତିମୂର୍ତ୍ତି ପାଖରେ ୱାଲ ଅଫ ୟୁନିଟି’ର ଉନ୍ମୋଚନ ମଧ୍ୟ କଲେ ମୋଦି । ଏହା ପରେ ମୋଦି ପଟେଲଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଉଦ୍‌ଘାଟନୀ ଉତ୍ସବରେ ସମବେତ ଜନତାଙ୍କୁ ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନି ନିଜର ଅଭିଭାଷଣ ପ୍ରଦାନ କରିବା ସହ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପାଇଁ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ।

ଆଜିର ଦିବସ ଭାରତୀୟ ଇତିହାସରେ ସ୍ମରଣୀୟ ହୋଇ ରହିବ। କୌଣସି ଭାରତୀୟ ଏହାକୁ କେବେ ଭୁଲି ପାରିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସୂଚନାଯୋଗ୍ୟ,୨୦୧୩ ଅକ୍ଟୋବରରେ ଏହାର ଶିଳାନ୍ୟାସ ହୋଇଥିଲା । ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାର ଶିଳାନ୍ୟାସ ହୋଇଥିଲା । ୩୩ ମାସ ସମୟ ଭିତରେ ଏହାର ନିର୍ମାଣ ଶେଷ ହୋଇଛି । ଏଥିରେ ଖର୍ଚ୍ଚ ହୋଇଛି ୨୯୮୯ କୋଟି ଟଙ୍କା । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ।

ପଢନ୍ତୁ; ବାଣ ଫୁଟା ସମୟ, ରାୟ ପରିବର୍ତ୍ତନ କଲେ ସୁପ୍ରିମକୋର୍ଟ

Related posts

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ