ଅକ୍ଷୟଙ୍କ ସହ ଜୀବନର ସୁଖଦୁଃଖ ବାଣ୍ଟିଲେ ମୋଦି

ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ  ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଏବେ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅଣସାମ୍ବାଦିକ ଭାବେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ବର ସେହି ଦିଗ ଉଦଘାଟନ କରିବାକୁ ଚେଷ୍ଟା କରିଛନ୍ତି ଯାହା ଆଜି ଯାଏଁ ଅନାଲୋଚିତ ହୋଇ ରହିଆସିଛି ।ଅକ୍ଷୟ କୁମାରଙ୍କ କହିବାନୁସାରେ, ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ନନ-ପଲିଟିକାଲ । ଏହି ସାକ୍ଷାତକାରରେ ସେ ତାଙ୍କୁ ପର୍ସନାଲ ଲାଇଫ୍ ସମ୍ପର୍କରେ ପଚାରିଛନ୍ତି । ଏଥିରେ ମୋଦିଙ୍କ ଜୀବନର ଅନେକ ଦିଗ ଉପରେ ସେ ପ୍ରଶ୍ନ ପଚାରିଛନ୍ତି ।

ସାକ୍ଷାତକାର ସମୟରେ ମୋଦି କହିଛନ୍ତି ଯେ, ସେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ଦିନେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ । ମୋଦି ଆହୁରି କହିଛନ୍ତି ଯେ, ଯୁବା ଅବସ୍ଥାରେ ସେ ଦେଶ ମାତୃକାର ସେବା  ପାଇଁ ସେନାରେ ଯୋଗ ଦେବାକୁ ଚାହୁଁଥିଲେ । ସୈନିକଙ୍କ ଦେଶଭକ୍ତି ତାଙ୍କୁ ବହୁତ ପ୍ରଭାବିତ କରିଥିଲା । ଏଥିପାଇଁ ସେ ପରବର୍ତ୍ତୀ ସମୟରେ ରାମକ୍ରିଷ୍ଣ ମିଶନ  ସହିତ ଯୋଡି ହୋଇଥିଲେ ।

ଅକ୍ଷୟ: ପ୍ରଧାନମନ୍ତ୍ରୀ ମୋଦି ନିଜ ମାଆଙ୍କ ସହ କାହିଁକି ରୁହନ୍ତିନି ?

ମୋଦି: ମୁଁ ବହୁତ କମ୍ ବୟସରେ ଘର ଛାଡିଥିଲି । ତେଣୁ ମୁଁ ପରିବାର ସହ ଏତେ ଜଡିତ ନୁହଁ । ମନ ତ ହୁଏ । କିଛି ଦିନ ପାଇଁ ମାଆଙ୍କୁ ପାଖକୁ ନେଇଆସିଥିଲି । ମାଆଙ୍କ ସହ ସମୟ କାଟିଲି । ମାଆ କହିଲେ କାହିଁକି ମୋ ପଛରେ ଅଯଥା ସମୟ ନଷ୍ଟ କରୁଛୁ, ମୁଁ ଗାଁରେ ରହିବି, ସେଠାରେ ଲୋକଙ୍କ ସହ କଥାବାର୍ତ୍ତା କରିବି । ମାଆ ମଧ୍ୟ ଜାଣିପାରନ୍ତି ମୁଁ କେତେ ବ୍ୟସ୍ତ ରୁହେ ।

ଅକ୍ଷୟ: ଆପଣ ଆମ୍ବ ଖାଆନ୍ତି ?

ମୋଦି: ହଁ, ମୁଁ ଆମ୍ବ ଖାଏ । ଗଛରେ ପାଚିଥିବା ଆମ୍ବ ଖାଏ । ଯାହାକୁ ପ୍ରକୃତି ପଚାଇଥାଏ ।

ଅକ୍ଷୟଙ୍କ ଗୁଜରାଟୀ ଚୁଟକୁଲା ଶୁଣି ଠୋ ଠୋ ହୋଇ ହସି ଉଠିଲେ ମୋଦି। ଏହାପରେ ମୋଦି ଅକ୍ଷୟଙ୍କୁ ଚୁଟକୁଲା ଶୁଣାଇଥିଲେ। ଏହାପରେ ଦୁହେଁ ଜୋରଜୋରରେ ହସି ଉଠିଲେ।

Related posts

ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

କୋର୍ଟରେ ବିଚାରପତିମାନଙ୍କୁ ସମ୍ବୋଧନ ହେବନି ‘ମାଇ ଲର୍ଡ’ କିମ୍ବା ‘ୟୋର ଲର୍ଡ ସିପ’

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ