ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

Daf4395c 58a2 415a 85c7 27cf192328c9 Maxresdefault1

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’। ରିଲିଜ୍ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଲାଣି ଫିଲ୍ମ ‘ସାହୋ।’ କଥାଟା ବିଶ୍ୱାସ ହେଉନଥିଲେ ବି ସତ। ମିଳିଥିବା ସୂଚନା ମୁତାବକ, ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ୍ ଫର୍ ଅଲ୍ ଲାଙ୍ଗୁଏଜ୍ ବାବଦକୁ ୩୨୦ କୋଟି ଆଦାୟ କରିସାରିଲେଣି। ଏବେ ଫିଲ୍ମର ସାଟେଲାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ରାଇଟସ୍ ବିକ୍ରି ହେବା ବାକି ଅଛି।  ଚଳିତ ମାସ ୩୦ ତାରିଖରେ ଏହି ହାଇବଜେଟ୍ ଦକ୍ଷିଣ ଭାରତୀୟ ସିନେମା ସାହୋ ମୁକ୍ତିଲାଭ କରିବାକୁ ଯାଉଛି।

ସାଉଥ୍ ସୁପରଷ୍ଟାର ପ୍ରଭାସ  ଓ ବଲିଉଡ ଷ୍ଟାର ଶ୍ରଦ୍ଧା କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିନେମାର ଟ୍ରେଲର୍ ରିଲିଜ୍ ହେବା ପରେ ସିନେପ୍ରେମୀମାନେ ଏହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆକ୍ସନଷ୍ଟଣ୍ଟଭିଏଫଏକ୍ସରେ ଭରା ଏହି ସିନେମା ୩୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି।ଏହି ଆକ୍ସନ ଥ୍ରିଲର ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ସହ ଜ୍ୟାକି ଶ୍ରଫ୍ଚଙ୍କି ପାଣ୍ଡେନିଲ୍ ନିତିନ୍ ମୁକେଶମହେଶ ମଞ୍ଜରେକର୍ ପ୍ରମୁଖ ନଜର ଆସିବେ।

ପଢନ୍ତୁ: ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର

Related posts

ସୋସିଆଲ୍‌ ମିଡିଆ ସେନ୍ସେସନ୍‌- କାଟ୍ରିନାଙ୍କ ପରି ଦେଖାଯାଉଥିବା ଟିକ୍‌ଟକ ଷ୍ଟାର ଆଲିନା

ଆମେରିକାରେ ଓଡ଼ିଆ ଫିଲ୍ମ ‘ସଂଯୋଗ’

ରାମାୟଣ’ ଫିଲ୍ମରେ ରାବଣ ସାଜିବେ ବାହୁବଳୀ ପ୍ରଭାସ

2 Comment

ଆଉ ନିର୍ମାଣ ହେବନିକି ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ ! August 23, 2019 - 2:21 pm

[…] ପଢନ୍ତୁ: ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’ […]

ପରଦାକୁ ଆସିଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’ August 30, 2019 - 2:30 pm

[…] ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’ saho to hit the screens todayShare0 previous […]

Add Comment