ଅଭିନେତ୍ରୀ ପ୍ରକୃତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର

ଓଡିଆ ଚଳଚିତ୍ର ‘ହ୍ୟାଲୋ ଆର୍ସି’ର ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନୂଆ ଦିଲ୍ଲୀ ଠାରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରକୃତି ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମିଳିବ। ପ୍ରକୁତିଙ୍କ ସହ ‘ହ୍ୟାଲୋ ଆର୍ସି’ର ଟିମ ନୂଆ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି।

ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ପ୍ରକୃତିଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସେ ସମ୍ମାନିତ ହେବେ। ତେବେ ଏହି ଫିଲ୍ମଟି ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବରେ ମନୋନୀତ ହେବା ସହ ସଂଳାପ ବର୍ଗରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି।

ପଢନ୍ତୁ; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ: ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା