ପ୍ରଶାଦିନୀ ଏନ୍ଟରଟେନମେନ୍ଟର ତୃତୀୟ ଅବଦାନ “କର୍ତ୍ତବ୍ୟ”, ଏକ ସଂପୂର୍ଣ୍ଣ ବାସ୍ତବଧର୍ମୀ ଚଳଚିତ୍ର

ପ୍ରଶାଦିନୀ ଏନ୍ଟରଟେନମେନ୍ଟର ତୃତୀୟ ଅବଦାନ କର୍ତ୍ତବ୍ୟ । ଯାହା ଏକ ସଂପୂର୍ଣ୍ଣ ବାସ୍ତବଧର୍ମୀ ଚଳଚିତ୍ର । ଏହି ଚଳଚିତ୍ରର କାହାଣୀ ମାଧ୍ୟମରେ ସମାଜରେ ଥିବା ବାସ୍ତବତାକୁ ଦର୍ଶାଯାଇଛି ।

ଏହି ଚଳଚିତ୍ରରେ କିଭଳି ଜଣେ କର୍ତ୍ତବ୍ୟଧର୍ମୀ ବିଦ୍ୟାଳୟ ଶିକ୍ଷକ ନିଜର କର୍ତ୍ତବ୍ୟର ସଚ୍ଚୋଟତା ଫଳରେ ସମାଜର ବିଭିର୍ଣ୍ଣ ବର୍ଗର ଲୋକଙ୍କ ଦ୍ଵାରା ପ୍ରତାରିତ ଓ ନିଷ୍ପେଷିତ ହୋଇଛନ୍ତି ତାହା ଜନସାଧାରଣଙ୍କୁ ଜଣାଇବା ପାଇଁ ପ୍ରଚେଷ୍ଟା କରାଯାଇଅଛି ।

ବିଦ୍ୟାଳୟର ଶିକ୍ଷକଙ୍କ ଅସୁବିଧା ଏବୋଂ ତାଙ୍କୁ ସମ୍ମାନର ସହ ସମାଜର ମୁଖ୍ୟ ଧାରାକୁ ଫେରାଇବା ପାଇଁ ଶିକ୍ଷକଙ୍କ ଛାତ୍ର ଅଜୟ କିଭଳି ରୂପେ ସାହାଜ୍ୟ କରୁଛି ତାହା ଦର୍ଶାଯାଇଛି ।

ଏମିତି ଏକ ବାସ୍ତବଧର୍ମୀ ଚଳଚିତ୍ରକୁ ନିଜର ସୁମଧୁର ସଙ୍ଗୀତରେ ସଜାଇଛନ୍ତି ସଂଗୀତା ନିର୍ଦେଶକ ପି. କୁମାର ଏବୋଂ ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ ସାସମଲ ମାନସ, ସୂର୍ଯ୍ୟ ନାରାୟଣ ଓ ମନୋରଞ୍ଜନ । ଏଥିରେ କଣ୍ଠଦାନ କରିଛନ୍ତି ମ. ଅଜିଜ, ହ୍ୟୁମାନ ସାଗର, ଟିନା, ମାଧବ, ସଞ୍ଜୁ, କୁମାର ବାପି, ଲିପ୍ସା । ଏହାର ସଂଳାପ ଓ ସମ୍ପାଦନା ଭାର ମାନସ ରଞ୍ଜନ ପାତ୍ର ତୁଲାଇଛି । ପ୍ରଯୋଜନା ଭାର ଶଙ୍କର ପାତ୍ର ଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦେଶନା ଡାଇତ୍ଵରେ ଅଛନ୍ତି ପ୍ରଶାନ୍ତ ପାଲ ।

ଅଭିନୟରେ ଓଡିଶାର ସୁନାମ ଧନ୍ୟ କଳାକାର ବିଜୟ ମହାନ୍ତି, ଅଶ୍ରୁମୋଚନ, ଜୀବନ ପଣ୍ଡା, ରବି ମିଶ୍ର, ଭୂପତି ଏବୋଂ ନବାଗତ ସତ୍ୟ, ପ୍ରିୟଦର୍ଶିନୀ ଏବୋଂ ତନୁଶ୍ରୀ ଅଛନ୍ତି।

Related posts

ତିନୋଟି ଭାଷାରେ ରିଲିଜ ହେବ ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ’ଯେତେ ଗୋରି ସେତେ ଷ୍ଟୋରି’

ଆଜି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”